ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

‘ପୁଷ୍ପା’ର ସଫଳତା ପରେ ଅଲ୍ଲୁଙ୍କ ହାଇ ଡିମାଣ୍ଡ୍‌, ବିଜ୍ଞାପନ ପାଇଁ ଦିନକୁ ୬ କୋଟି

ନୂଆଦିଲ୍ଲୀ ୧୬/୧୧ : ବ୍ଲକ୍‌ବଷ୍ଟର ତେଲୁଗୁ ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ସୁପର୍‌ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଡିମାଣ୍ଡ ଖୁବ୍‌ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ, ‘ପୁଷ୍ପା’ ପରେ ଅଲ୍ଲୁ ବ୍ରାଣ୍ଡଗୁଡ଼ିକର ବିଜ୍ଞାପନ ଲାଗି ପାରିଶ୍ରମିକ ୧୭ ଗୁଣ ବଢ଼ାଇ ଦେଇଛନ୍ତି । ଏକ ଗଣମାଧ୍ୟମ ସ୍ପଷ୍ଟ କରିଛି, ‘ପୁଷ୍ପା’ ଫିଲ୍ମ ପୂର୍ବରୁ ଅଲ୍ଲୁ ଗୋଟିଏ ଦିନର ସୁଟିଂ ପାଇଁ ୩୫ ଲକ୍ଷ ଟଙ୍କା ଦାବି କରୁଥିଲେ । କିନ୍ତୁ ଏବେ କୌଣସି ବ୍ରାଣ୍ଡ୍‌ର ବିଜ୍ଞାପନ କରିବା ପାଇଁ ଦିନକୁ ୬ କୋଟି ଟଙ୍କା ଦାବି କରୁଛନ୍ତି । ଜଣେ ସାଉଥ୍‌ କଳାକାରଙ୍କ ପାଇଁ ଏହା ସର୍ବାଧିକ ପାରିଶ୍ରମିକ । 

ଅଲ୍ଲୁଙ୍କ ଭଳି ଲୋକପ୍ରିୟତା ପାଇଥିବା ସାଉଥ୍‌ ଷ୍ଟାର୍‌ମାନେ ଦୁଇ ବର୍ଷ ପୂର୍ବର ବିଜ୍ଞାପନ ପାରିଶ୍ରମିକ ମୂଲ୍ୟଠାରୁ ୮ ଗୁଣ ଅଧିକ ଦାବି କରୁଛନ୍ତି । ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅନେକ ବଡ଼ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଚେହେରା ହୋଇଛନ୍ତି । ନିକଟରେ ସେ ୬ ନୂଆ ବ୍ରାଣ୍ଡ୍‌ ସହ ଚୁକ୍ତି କରିଛନ୍ତି, ଯେଉଁଥିରେ କୋକା-କୋଲା, କେଏଫ୍‌ସି, ଜୋମାଟୋ ଓ ରେଡ୍‌ ବସ୍‌ ଭଳି ବଡ଼ ନାଁ ସାମିଲ । ଅଲ୍ଲୁ ଏବେ ହାଇଦ୍ରାବାଦରେ ‘ପୁଷ୍ପା’ର ୨ୟ ଭାଗର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆସନ୍ତା ବର୍ଷ ଅଗଷ୍ଟରେ ଏହା ମୁକ୍ତିଲାଭ କରିବ ।

Copyright © 2022 - Summa Real Media Private Limited. All Rights Reserved.