ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଫିରିଙ୍ଗିଆ,୧।୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ ଡିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ ଡିଣ୍ଡିରାଗାଁ ମିନି ଷ୍ଟାଡିୟମ ଠାରେ ସରପଞ୍ଚ  ରଞ୍ଜିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଜିଲ୍ଲା ପରିଷଦ ଜୋନ ୧୨ ସଭ୍ୟ ନୀଳଗିରି ଦିଗାଲ,ଡିଣ୍ଡିରାଗାଁ ସମିତି ସଭ୍ୟା କଳ୍ପନା ପାତ୍ର, ଓଡିଶା ଜୀବିକା ମିଶନର ସଂଗ୍ରାମ କେଶରୀ ସାହୁ, ଫିରିଙ୍ଗିଆ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଆଶା ଲଷ୍ମୀ ନରେନ୍ଦ୍ର, ଫିରିଙ୍ଗିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରଜନୀକାନ୍ତ ମଲ୍ଲିକ,ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରୀ, ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ସଭାପତି ରମଣୀ ଦିଗାଲ, ସମ୍ପାଦିକା ଝରଣା ଦିଗାଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ କରିଥିଲେ।

 ଏପରିକି କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ରେସନ କାର୍ଡ଼,ମମତା ଯୋଜନା ଓ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ ପ୍ରସ୍ତୁତ କରାଯାଇଥିବା  ଅତିଥି ମାନେ ନିଜ ଭାଷଣରେ ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ଜୁଲିଲତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ପୁରଞ୍ଜନ କହଁର,ବିଏଫଟି ଅଶୋକ କୁମାର ଦେହୁରୀଙ୍କ ସହ ସମସ୍ତ ଗାଁସାଥି, ୱାର୍ଡ଼ ସଭ୍ୟ/ସଭ୍ୟା ଏମବିକେ,ସିଆରପିଙ୍କ ସମେତ ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.