ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉତ୍କଟ ଗନ୍ଧ କରୁଛି ଆବଟ୍ଟ କମ୍ପାନୀର ଡାଇଜିନ୍‌ ଜେଲ୍‌, ଡିସିଜିଆଇଙ୍କ ଚେତାବନୀ ପରେ ଔଷଧ ଫେରାଇ ନେବ କମ୍ପାନୀ

Image Courtesy: zeebiz

ନୂଆଦିଲ୍ଲୀ, ୦୬/୦୯: ଆବଟ୍ଟ କମ୍ପାନୀର ଆଣ୍ଟାସିଡ୍‌ ଡାଇଜିନ୍ ଜେଲ୍‌କୁ ନେଇ ଚର୍ଚ୍ଚା ଲାଗିରହିଛି । ଏହି ଜେଲକୁ ରୋଗୀଙ୍କୁ ନଦେବା ପାଇଁ ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) । ଯଦି କେହି ରୋଗୀ ଏହି ଔଷଧର ବ୍ୟବହାର କରୁଛନ୍ତି ଆଉ ତାଙ୍କ ଶରୀରରେ କୌଣସି ପ୍ରତିକୂଳ ଲକ୍ଷ୍ୟଣ ଦେଖାଦେଉଛି ତେବେ ସେନେଇ ଅବଗତ କରାଇବାକୁ ଡିସିଜିଆଇ କହିଛନ୍ତି । 

ବିକ୍ରି ହେବ ହଳଦୀରାମ ! ୫୧ ପ୍ରତିଶତ ଅଂଶଧନ କିଣିବାକୁ ଟାଟା ଗ୍ରୁପର ପ୍ରସ୍ତୁତି

ତେବେ କେତେ ଜଣ ରୋଗୀଙ୍କ ଅଭିଯୋଗ ପରେ ଡାଇଜିନ୍‌ ଜେଲ୍‌କୁ ନେଇ ଡିସିଜିଆଇ ତତ୍ପର ହୋଇଉଠିଥିଲେ ।  ଆମେରିକା କମ୍ପାନୀ ତିଆରି କରୁଥିବା ଏହି ବଦହଜମି ଔଷଧ ଆଣ୍ଟାସିଡର ଉତ୍କଟ ଗନ୍ଧ ଓ କଡ଼ା ସ୍ୱାଦ ନେଇ ଗ୍ରାହକମାନେ ଅଭିଯୋଗ କରିଥିଲେ  । ଏହାପରେ ଅଗଷ୍ଟ ୯ରେ ଔଷଧ ବ୍ୟବହାର ନ କରିବାକୁ ଡିସିଜିଆଇ ସତର୍କ ସୂଚନା ଜାରି କରିଥିଲେ ।

ଗୋଆରେ ଥିବା କମ୍ପାନୀରୁ ନିର୍ମିତି ହେଉଥିବା ଡାଇଜିନ ଜେଲ୍ ବ୍ୟବହାର ନ କରିବାକୁ ଡିସିଜିଆଇ କହିଥିଲେ । କେବଳ ସେତିକି ନୁହେଁ, ଗୋଆରେ  ଉତ୍ପାଦିତ ବ୍ୟାଚର ସମସ୍ତ ଆଣ୍ଟାସିଡ ଡାଇଜିନ୍‌ ଜେଲ ପ୍ରତ୍ୟାହାର କରିବାକୁ ଡିସିଜିଆଇ ପ୍ୟାନେଲ୍ ହୋଲସେଲରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହା ପରେ କମ୍ପାନୀ ପକ୍ଷରୁ ମଧ୍ୟ ଏସୁବ ଔଷଧ ଫେରାଇ ନେବାକୁ କୁହାଯାଇଛି । ଡିସିଜିଆଇଙ୍କ ଚିଠି ପାଇବା ପରେ ଔଷଧ ନିର୍ମାତା କମ୍ପାନୀ ସ୍ୱେଚ୍ଛାକୃତ ଭାବେ ସମସ୍ତ ଔଷଧକୁ ପ୍ରତ୍ୟାହାର କରିବାକୁ କହିଛି । ଗୋଆର କମ୍ପାନୀରୁ ନିର୍ମାଣ ହୋଇଥିବା ସମସ୍ତ ଫ୍ଲେବର ଡାଇଜିନ ଜେଲକୁ ଫେରାଇ ଦେବାକୁ ବ୍ୟବାସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଛି କମ୍ପାନୀ ।

You can aslo read: ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା ଚଳଚ୍ଚିତ୍ରର ନାଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.