ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

୧୯ରେ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଚୂଡାନ୍ତ ହେବ ରଣନୀତି

ଭୁବନେଶ୍ବର,୮।୭ : ରାଜ୍ୟ  ବିଜେପି କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଓ ୨୦ ତାରିଖ ୨ ଦିନ ଧରି ବସିବ। ପୁରୀରେ ବସିପାରେ କାର୍ଯ୍ୟକାରିଣୀ ବୈଠକ।  କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଯୋଗ ଦେବେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।  ଆଗାମୀ ଦିନର ରଣନୀତି ଏବଂ କାର୍ଯ୍ୟପନ୍ଥା ଚୂଡାନ୍ତ ହେବ। ଶାସକ ଦଳ ଭାବେ ଦଳ ଆଗାମୀ ଦିନରେ କେଉଁ ରାଜନୈତକ  କାର୍ଯ୍ୟକ୍ରମ ହାତକୁ ନେବ ସେ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପ୍ରସ୍ତୁତ ହେବ।  

 ରାଜ୍ୟରେ ସରକାରକୁ ଆସିବା ପରେ ବିଜେପି  ପ୍ରଥମ କାର୍ଯ୍ୟକର୍ତ୍ତା ବୈଠକ କରିବାକୁ ଯାଉଛି । ଆସନ୍ତା ୧୯ ଏବଂ ୨୦ ଦୁଇ ଦିନ ଧରି ପୁରୀରେ ରାଜ୍ୟ ପଦାଧୀକାରୀଙ୍କ ବୈଠକ ବସିବ ବୋଲି ସୂଚନା ମିଳୁଛି । ବୈଠକରେ ମଣ୍ଡଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଡକାଯିବ। ଏଥି ସହ କେନ୍ଦ୍ର ମନ୍ତ୍ରୀ ଏବଂ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ରହିବେ । ଏଥିରେ ଦଳୀୟ ସାଙ୍ଗଠନିକ ରୂପରେଖ ସରକାର ଏବଂ ଦଳ ଭିତରେ ସମନ୍ବୟ ଏବଂ ଆଗକୁ ହେବାକୁ ଥିବା ଦଳର ନିର୍ବାଚନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.