ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଶାହିଦ-କ୍ରିତିଙ୍କ ଅନ୍ତରଙ୍ଗ ଦୃଶ୍ୟରେ ସେନ୍ସର୍‌ କଇଁଚି, କାଟିଲା ଫିଲ୍ମର ୨୫ ପ୍ରତିଶତ ସିନ୍‌

Published By : Prameya | February 8, 2024 9:01 AM

ମୁମ୍ବାଇ ୦୮/୦୨: ଆସନ୍ତା ୯ ତାରିଖରେ ଥିଏଟରକୁ ଆସିବ କ୍ରିତି ସାନନ୍‌ ଓ ଶାହିଦ କପୁର ଷ୍ଟାରର୍‌ ‘ତେରୀ ବାତୋଁ ମେଁ ଐସା ଉଲ୍‌ଝା ଜିୟା’ । ଏହି ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମରେ ପ୍ରଥମ ଥର ଶାହିଦ ଓ କ୍ରିତିଙ୍କ ରୋମାନ୍ସ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ । କିନ୍ତୁ ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର କିଛି ଅନ୍ତରଙ୍ଗ ଦୃଶ୍ୟରେ କଇଁଚି ଚଲାଇଛି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି) । ଫିଲ୍ମର ୨୫ ପ୍ରତିଶତ ସିନ୍‌କୁ ଏହା କାଟି ଦେଇଛି, ଯେଉଁଥିପାଇଁ ନିର୍ମାତାଙ୍କୁ ବଡ଼ ଝଟ୍‌କା ଲାଗିଛି । 

ସେତିକି ନୁହେଁ, ଫିଲ୍ମର ଅନ୍ତରଙ୍ଗ ଦୃଶ୍ୟରୁ ମଧ୍ୟ ୯ ସେକେଣ୍ଡ୍‌ କଟାଯାଇଛି । ପୂର୍ବରୁ ଅନ୍ତରଙ୍ଗ ଦୃଶ୍ୟ ୩୬ ସେକେଣ୍ଡ୍‌ର ଥିଲା । ଏବେ ଏହାକୁ କାଟି ୨୭ ସେକେଣ୍ଡ୍‌ର କରାଯାଇଛି । ଫିଲ୍ମର ଦ୍ୱିତୀୟାର୍ଦ୍ଧରେ ଦାରୁ (ମଦ) ଶବ୍ଦକୁ ‘ଡ୍ରିଙ୍କ୍‌’ରେ ଡବ୍‌ କରାଯାଇଛି । ଫିଲ୍ମରେ ହିନ୍ଦୀ ଭାଷାରେ ଧୂମପାନ ବିରୋଧରେ ବଡ଼ ଓ ପଢ଼ିହେବା ଭଳି ଅକ୍ଷରରେ ବାର୍ତ୍ତା ଦେବାକୁ ସିବିଏଫ୍‌ସି ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛି । ଏ ସମସ୍ତ ପରିବର୍ତ୍ତନ ପରେ ସିବିଏଫ୍‌ସି ଫିଲ୍ମକୁ ୟୁ/ଏ ପ୍ରମାଣପତ୍ର ଦେଇ ପାସ୍‌ କରିଛି । ଫିଲ୍ମର ପ୍ରସାରଣ ସମୟ ୨ ଘଣ୍ଟା ୨୩ ମିନିଟ୍‌ ଓ ୧୫ ସେକେଣ୍ଡ୍‌ର ହେବ ।

ଏକ ଅସମ୍ଭବ ପ୍ରେମ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ଏଥିରେ ଶାହିଦଙ୍କ ଚରିତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ରୋବୋ ସିଫ୍‌ରା(କ୍ରିତି ସାନନ୍‌)କୁ ପ୍ରେମ କରିବସିଛି । ସେ ଜାଣିଛି ଯେ ସିଫ୍‌ରା ଏକ ରୋବୋ, ତଥାପି ତାକୁ ବିବାହ କରିବାକୁ ଚାହୁଁଛି । ତା’ପରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଯୋଶୀ ଓ ଆରାଧନା ଶାହ । ଶାହିଦ ଓ କ୍ରିତିଙ୍କ ସମେତ ଧର୍ମେନ୍ଦ୍ର ଓ ଡିମ୍ପଲ କପାଡ଼ିୟା ଏଥିରେ ନଜର ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.