ପ୍ରମୂଖ ଖବର

ବିଶ୍ୱର ପ୍ରଥମ ଏଆଇ ଶିଶୁ ପ୍ରସ୍ତୁତ କଲା ଚୀନ୍, ମଣିଷ ଭଳି କରୁଛି ସବୁ କାମ

ନୂଆଦିଲ୍ଲୀ ୧୧/୦୨: ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି) କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ସ୍ୱରୂପ ଚୀନ୍‌ର ବୈଜ୍ଞାନିକମାନେ ଏକ ମାନବ ଆକୃତିର ଏଆଇ କଣ୍ଢେଇ ପ୍ରସ୍ତୁତ କରିଛନ୍ତି । ବେଜିଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜେନେରାଲ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ବିଆଇଜିଏଆଇ) ରେ ଏହା ବିକଶିତ ହୋଇଛି । ଏଆଇ କଣ୍ଢେଇର ନାମ ଟଙ୍ଗ୍‌ ଟଙ୍ଗ୍‌ । ଏହା ୩ ବର୍ଷୀୟ ଶିଶୁ ଭଳି ଦିଶୁଛି । ସମାନ ବୟସର ମାନବ ଶିଶୁର ଭାବନାତ୍ମକ ବିକାଶ ଓ ଧୀ ସମ୍ବନ୍ଧୀୟ ଦକ୍ଷତା ଏହା ଧାରଣ କରିଛି । ଟଙ୍ଗ୍‌ ଟଙ୍ଗ୍‌କୁ ଏଆଇ ଟେକ୍ନୋଲୋଜିରେ ଏକ ଉଲ୍ଲେଖଯୋଗ୍ୟ ଲମ୍ଫ ଭାବେ ବିବେଚନା କରାଯାଉଛି । 

ଗତ ମାସ ଶେଷରେ ଫ୍ରଣ୍ଟିୟର୍ସ ଅଫ୍‌ ଜେନେରାଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ମେଳାରେ ଏହି ଏଆଇ ଶିଶୁର ଉନ୍ମୋଚନ ହୋଇଥିଲା । ମଣିଷ ଭଳି ଗୁଣ ପ୍ରଦର୍ଶନ କରି ଏହା ଆଗନ୍ତୁକଙ୍କ ସହ ଯୋଡ଼ି ହୋଇଥିଲା । ଭାବନାତ୍ମକ ଜ୍ଞାନ ଓ ୬୦୦ରୁ ଅଧିକ ଶବ୍ଦ ଏହାକୁ ପ୍ରଦାନ କରାଯାଇଛି । ଶିଶୁ ଭଳି ପୃଥକ ଭାବେ ଶିଖିବାରେ ମଧ୍ୟ ଏହା ସକ୍ଷମ । ଏହାର ପ୍ରଦର୍ଶନ ଅବସରରେ ଏକ ଭିଡିଓ ପ୍ରସାରିତ ହୋଇଥିଲା, ଯେଉଁଥିରେ ଟଙ୍ଗ୍‌ ଟଙ୍ଗ୍‌ ମଣିଷ ଶିଖାଉଥିବା ସାଧାରଣ ଜ୍ଞାନକୁ ବୁଝିବାକୁ ପ୍ରୟାସ କରୁଥିଲା ।

କେବଳ ଏତିକି ନୁହେଁ ଏହା ଭୁଲ ମଧ୍ୟରୁ ଠିକ୍‌କୁ ବାଛୁଛି । ବିଭିନ୍ନ ପରିସ୍ଥିତିରେ ନିଜ ମନୋଭାବ ପ୍ରକାଶ କରୁଛି । ଭବିଷ୍ୟତର ମାର୍ଗଦର୍ଶନ ଶକ୍ତି ମଧ୍ୟ ଏହାର ଥିବା ଭିଡିଓରେ ପ୍ରଦର୍ଶିତ ହୋଇଥିଲା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍‌ ଲର୍ନିଂ ଓ ପ୍ରାକୃତିକ ରୂପେ ଭାଷା ପ୍ରକ୍ରିୟାକରଣ ଆଦି ପ୍ରତ୍ୟେକ ପରିସ୍ଥିତି ଅନୁସାରେ କାର୍ଯ୍ୟ କରିବାକୁ ଟଙ୍ଗ୍‌ ଟଙ୍ଗ୍‌ ପାଇଁ ସହଜ ହେଉଛି । ନିଜର ଭର୍ଚୁଆଲ ପରିବେଶକୁ ସ୍ୱଚ୍ଛ ରଖିବାର ଏହାର ଲକ୍ଷଣକୁ ଦର୍ଶକ ପ୍ରଥମ ଦେଖାରେ ପସନ୍ଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.