ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସାମାନ୍ୟ ସୁଧୁରିଲା ବାୟୁ ପ୍ରଦୂଷଣ ସ୍ତର, ଆଜି ହେବନି ବର୍ଷା

ନୂଆଦିଲ୍ଲୀ, ୧୧/୧୧: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସ୍ତରରେ ସାମାନ୍ୟ ସୁଧାର ଆସିଛି । ତଥାପି ବାୟୁ ପ୍ରଦୂଷଣ ଏବେ ଖରାପ ଶ୍ରେଣୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁସାରେ, ଶୁକ୍ରବାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୭୯ ରହିଥିଲା । ଶନିବାର ରାତି ଯାକ ବର୍ଷା ପରେ ବାୟୁ ପ୍ରଦୂଷଣରେ ଆସିଥିଲା ସୁଧାର ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ହଟସ୍ପଟ୍ ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରେକର୍ଡ କରାଯାଇଥିଲା । ଆରକେ ପୂରମରେ ଏକ୍ୟୁଆଇ ୨୨୦ ରହିଥିବା ବେଳେ ପଞ୍ଜାବୀ ବାଗରେ ୨୩୬, ଆଇଟିଓରେ ୨୬୩ ରେକର୍ଡ କରାଯାଇଥିଲା ।

ହଜାରେରୁ ଅଧିକ ଥର ଭୂମିକମ୍ପ ପରେ ଲାଭା ଉଦଗୀରଣ ଭୟ, ବନ୍ଦ ହେଲା ଏହି ସୁନ୍ଦର ସ୍ଥାନ

ଶୂନରୁ ୫୦ ମଧ୍ୟରେ ଏୟାର କ୍ୱାଲିଟି ଇଣ୍ଡେକ୍ସକୁ ଭଲ କୁହା ଯାଉଥିବା ବେଳେ ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମଧରଣ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତି ଖରାପ, ୪୦୧ରୁ ୫୦୦ ଭୀଷଣ ଓ ୫୦୦ ଉପରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସିଭିୟର ପ୍ଲସ୍ ବର୍ଗରେ ଆସିଥାଏ ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଶନିବାର ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ବର୍ଷା ହୋଇ ନପାରେ । ସକାଳେ ଆକାଶରେ ବାଦଲ ରହିବା ସହ କୁହୁଡ଼ି ଦେଖାଯିବ । ଆଶା କରାଯାଉଛି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଓ ସର୍ବାଧିକ ୨୭ ଡିଗ୍ରୀ ଆଜି ରେକର୍ଡ କରାଯାଇପାରେ ।

ତାଇୱାନକୁ ଲଗାତାର ଅସ୍ତ୍ରଶସ୍ତ୍ର ପଠାଉଛି ଆମେରିକା, ଚୀନ୍ ବିପକ୍ଷରେ ବଡ଼ ଯୋଜନା କରୁଛନ୍ତି କି ବାଇଡେନ୍ ?

ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଶୁଣାଣି ବେଳେ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । କହିଥିଲେ, ପ୍ରତିବର୍ଷ ପ୍ରଦୂଷଣ ମାମଲାରେ ଦଖଲ ଦେବା ପରେ କାହିଁକି ପଦକ୍ଷେପ ନିଆ ଯାଉଛି । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ୬ ବର୍ଷ ଧରି କଣ କରୁଛନ୍ତି । ହୁଏତ ଭଗବାନ ଦିଲ୍ଲୀବାସୀଙ୍କ ପ୍ରାର୍ଥନା ଶୁଣି ବର୍ଷା କଲେ ।

Copyright © 2022 - Summa Real Media Private Limited. All Rights Reserved.