କାମାକ୍ଷାନଗର,୧୫।୧୧ :ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜର ଘାଗରାମୁଣ୍ଡା ଫରେଷ୍ଟ ବିଟ ଖଇରମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇଛି ।ଏହି ଖବର ପାଇ ମହାବିରୋଡ଼ ରେଞ୍ଜର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଲକ୍ଷ୍ୟ କରିଥିଲେ ।ହାତୀଟିର ବୟସ ୨୫ ରୁ ୩୦ ହେବ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଅସୁସ୍ଥତା ଥିବା ମାଈ ହାତୀର ଚିକିତ୍ସା ପାଇଁ ଅନୁଗୁଳର ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରଦୀପ କୁମାର ସିଂହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଢେଙ୍କାନାଳ ଏସିଏଫ ସତ୍ୟନାରାୟଣ ସାହୁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ହାତୀଟି ଅନୁଗୁଳ ଡିଭିଜନ ଅନ୍ତର୍ଗତ ଖମାର ଆଡୁ ଗତକାଲି ଆସି ଅସୁସ୍ଥତା ହେଇ ପଡିଥିବାର ବନ କର୍ମଚାରୀ ଦେଖିଥିଲେ ।ପ୍ରାଥମିକ ପର୍ଯ୍ୟାୟରେ ହାତୀକୁ କଦଳୀ ସାହାଯ୍ୟରେ ଔଷଧ ଦିଆଯାଇ ଚିକିତ୍ସା ଚାଲିଛି । ଗୁରୁବାର ଅସୁସ୍ଥ ଥିବା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଜିବ ସୂଚନା ମିଳିଛି ।