ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାକୁ ଆଉ ୫ ଦିନ: ଚାଲିଛି ପେଣ୍ଡାଲ ପ୍ରସ୍ତୁତି, ଦୁଲୁକିବ ମଞ୍ଚ, ମୁତୟନ ହେବେ ୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର ୧୧/୦୨: ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାକୁ  ଆଉମାତ୍ର ୫ ଦିନ ରହିଲା । ଏଥର ଖଣ୍ଡଗିରି ମେଳାକୁ ଶାନ୍ତି  ଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ୍‌ ପୁଲିସ  ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପୁଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ  ରାସ୍ତାରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯିବ । ଭିଡ଼କୁ ଲକ୍ଷ୍ୟରଖି  ମେଳା ଭିତରେ ୧୬ଟି ସ୍ଥାନରେ ସିସି କ୍ୟାମେରା ଲଗାଯିବ ।  ପୁଲିସ କଣ୍ଟ୍ରୋଲ ରୁମ୍‌ରେ ସମସ୍ତ ସିସି କ୍ୟାମେରା ଉପରେ  ନଜର ରଖାଯିବ । ମେଳା ପାଇଁ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ  ମୁତୟନ ରହିବେ । ଏଥିପାଇଁ ସାଦା ପୋଷାକଧାରୀ ପୁଲିସ ଏବଂ  ମହିଳା ପୁଲିସ ମଧ୍ୟ ନିୟୋଜିତ ରହିବେ । କୌଣସି ସ୍ଥାନରେ  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ପୁଲିସ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଖଣ୍ଡଗିରି ଛକରେ ଭିଡ଼ ନିୟନ୍ତ୍ରଣ  କରିବା ପାଇଁ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ ।

ସେହିପରି ଉଭୟ ଖଣ୍ଡଗିରି ଓ ଉଦୟଗିରି ମୁଣ୍ଡିଆର ବିଭିନ୍ନ  ସ୍ଥାନରେ ପୁଲିସ ମୁତୟନ ରହିବେ । ଯାତ୍ରା କମିଟି ଗୁଡ଼ିକ ମଧ୍ୟ  ଟେଣ୍ଟ ଭିତରେ ଏବଂ ଗେଟ୍‌ ମୁହଁରେ ସିସି କ୍ୟାମେରା ଲଗାଇବା  ବାଧ୍ୟତାମୂଳକ କରାଯାଇଛି । ଯାତ୍ରା ଟେଣ୍ଟ୍‌ ଭିତରେ ମହିଳା  ମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରତି  ପେଣ୍ଡାଲ ସମ୍ମୁଖରେ ପୁଲିସ ଏଡ୍‌ପୋଷ୍ଟ ରହିବ । ପ୍ରତ୍ୟେକ  ଯାତ୍ରା କମିଟିର ୨ଜଣ ସଭ୍ୟ ପୁଲିସକୁ ସହାୟତା କରିବା ପାଇଁ  ନିୟୋଜିତ ରହିବେ । କୌଣସି ଅଘଟଣ ଘଟିଲେ ସେମାନେ  ସଙ୍ଗେ ସଙ୍ଗେ ପୁଲିସକୁ ଜଣାଇବେ । ସେମାନଙ୍କୁ ପୁଲିସ ପକ୍ଷରୁ  ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯିବ ବୋଲି ଖଣ୍ଡଗିରି ଥାନା  ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଖଣ୍ଡଗିରିର  ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ମହୋତ୍ସବଠାରୁ ଆରମ୍ଭ  କରି ମେଳା ଆରମ୍ଭ ଅର୍ଥାତ ମାଘ ସପ୍ତମୀଦିନ ଠାକୁର ଅନନ୍ତ  କେଶରୀଙ୍କ ଯାତ୍ରା ଚିରାଚରିତ ଢ଼ଙ୍ଗରେ ପାଳନ କରାଯିବା ପାଇଁ  କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି ।  

ଚାଲିଛି ପେଣ୍ଡାଲ ପ୍ରସ୍ତୁତି,  ଦୁଲୁକିବ ଖଣ୍ଡଗିରି 

ଏଥର ଖଣ୍ଡଗିରି ମେଳାରେ ୬ଟି ପେଣ୍ଡାଲରେ ୧୨ଟି  ନାମୀ ଅପେରାପାର୍ଟି ଯାତ୍ରା ପରିବେଷଣ କରିବେ ।  ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ  ଯାତ୍ରା ଲଢ଼େଇ ଚାଲିବ । ପ୍ରଥମ ପର୍ଯ୍ୟାୟରେ  ସାଇ ସମ୍ରାଟ,କୋଣାର୍କ, କଳିଙ୍ଗ, ଦୁର୍ଗା ମନ୍ଦିର,  ଗୌରୀ ଗଣନାଟ୍ୟ ଓ ଅଶୋକ ସମ୍ରାଟ ୬ଟି  ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଦ୍ୱିତୀୟ  ପର୍ଯ୍ୟାୟରେ ଆଉ ୬ଟି ପାର୍ଟି ତୁଳସୀ,  ସୂର୍ଯ୍ୟମନ୍ଦିର, ଶିବାନୀ, ସ୍ୱର୍ଣ୍ଣ ମହଲ, ସ୍ୱପ୍ନ  ମହଲ ଓ ରଙ୍ଗମହଲ ମଧ୍ୟରେ ଚାଲିବ  କଡ଼ା ଟକ୍କର୍‌ । ଏଥିପାଇଁ ଟେଣ୍ଟ୍‌ ପ୍ରସ୍ତୁତି  କାମ ଜୋର୍‌ସୋର୍‌ରେ ଚାଲିଛି । ବିଭିନ୍ନ  ଅପେରା ପାର୍ଟିର ବ୍ୟାନର ଓ ହୋର୍ଡିଂ  ମରା ସରିଲାଣି । ଯାତ୍ରାପାର୍ଟି ଗୁଡ଼ିକ  ମଧ୍ୟରେ ଏଠାରେ ଏକରକମ  ପ୍ରତିଯୋଗିତା ଲାଗିଥାଏ । ତେଣୁ  ଏହାକୁ ଅଘୋଷିତ ଯାତ୍ରା  ମହାସମର ବୋଲି ମଧ୍ୟ  କୁହାଯାଏ । ସବୁ ଅପେରା  ପାର୍ଟି ଗୁଡ଼ିକ ଦର୍ଶକଙ୍କୁ  ଆକୃଷ୍ଟ କରିବା ପାଇଁ  ସେମାନଙ୍କର ଶ୍ରେଷ୍ଠ  ନାଟକ ଗୁଡ଼ିକ ଏଠାରେ  ପ୍ରଦର୍ଶନ କରିଥାନ୍ତି ।  ୧୨ ରାତି ଧରି  ଯାତ୍ରା ଡାଇଲଗ୍‌ରେ  ଦୁଲୁକିବ ଖଣ୍ଡଗିରି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.