ନୂଆଦିଲ୍ଲୀ- ଆପଣ ଯଦି ନିଜ ଘରର ଛାତରେ ସୋଲାର ପ୍ୟାନେଲ୍ ଲଗାଇବାକୁ ଭାବିଛନ୍ତି , ତାହେଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର। ସରକାର ରୁଫ୍ଟପ୍ ସୋଲାର ଇନଷ୍ଟାଲେସନ ପାଇଁ ସବସିଡିକୁ ବଢାଇବାକୁ ଯାଉଛନ୍ତି। ଏବେ ଏହି ସବସିଡି ବଢାଇ ୬୦ ପ୍ରତିଶତ କରାଯାଇ ପାରେ। କେନ୍ଦ୍ରୀୟ ନ୍ୟୁ ଆଣ୍ଡ ରିନେୱେବଲ ଏନର୍ଜୀ ମିନିଷ୍ଟର ଆରକେ ସିଂହ କହିଛନ୍ତି କି, ନୂଆ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅନ୍ତର୍ଗତ ଲୋକଙ୍କୁ ୬୦ ପ୍ରତିଶତର ସବସିଡି ଦେବାର ପ୍ରସ୍ତୁତି କରାଯାଉଛି।
ବର୍ତ୍ତମାନ କେନ୍ଦ୍ର ସରକାର ଘରର ଛାତରେ ଲଗାଯାଉ ଥିବା ସୋଲାର ପ୍ୟାନେଲ ପାଇଁ ୪୦ ପ୍ରତିଶତର ସବ୍ସିଡି ଦେଉଛନ୍ତି। ଆଗାମୀ ଦିନରେ ଏଥିରେ୨୦ପ୍ରତିଶତର ବୃଦ୍ଧି ହେବାକୁ ଯାଉଛି। ଏହିପରି ମୋଟ ସବସିଡି ବୃଦ୍ଧି ପାଇ ୬୦ ପ୍ରତିଶତ ହୋଇଯିବ, ଯେଉଁଥିରେ ରୁଫ୍ଟପ୍ ସୋଲାର ଇନଷ୍ଟାଲେସନ କରିବା ଖୁବ୍ ଶସ୍ତା ହୋଇଯିବ ଏବଂ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ।
ବର୍ଦ୍ଧିତ ହୋଇଥିବା ସବସିଡିର ଉଦ୍ଦେଶ୍ୟ ୩୦୦ ୟୁନିଟ୍ରୁ କମ୍ ବିଦ୍ୟୁତ୍ ଉପଯୋଗ କରୁଥିବା ଉପଭୋକ୍ତାଙ୍କୁ ସାହାଯ୍ୟ କରିବା, ଯିଏ ସାଧାରଣ ଭାବେ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀୟ ଅନ୍ତର୍ଭୁକ୍ତ। କେନ୍ଦ୍ର ମନ୍ତ୍ରୀ ଆରକେ ସିଂହ କହିଛନ୍ତି କି, ତାଙ୍କ ପାଇଁ ଋଣ ନେବା ଏକ ସମସ୍ୟା । ଆମେ ସବସିଡି ବଢାଇବାକୁ ଲକ୍ଷ୍ୟ ରଖିଛୁ। ଆମେ ସବସିଡ୍ ବଢାଇବୁ ଏବଂ ବୋଧହୁଏ ଏହା ପାଖାପାଖି ୬୦ ପ୍ରତିଶତ ହେବ। ଏବେ ଏବା ୪୦ ପ୍ରତିଶତ ଅଛି। ଏଥିପାଇଁ ସବସିଡି ବଢିବ।
ସୂଚନା ଅନୁସାରେ , ଏହି ଯୋଜନ ପ୍ରତ୍ୟେକ ରାଜ୍ୟ ପାଇଁ ନାମିତ କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ରର ଉଦ୍ୟମ (ସିପିଏସଇ)ଦ୍ୱାରା ସ୍ଥାପିତ ବିଶେଷ ପ୍ରୟୋଜନ ବାହନ (ଏସପିଭି) ମାଧ୍ୟମରେ ଲାଗୁ କରାଯିବ।