ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବିଶ୍ବକପରେ ପ୍ରଥମ ଶତକ ମାରିଲେ ଆଫଗାନୀ ବ୍ୟାଟର, ରେକର୍ଡ କଲେ ଇବ୍ରାହିମ ଜାଦ୍ରାନ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଓ୍ବାଙ୍ଖେଡେ ଷ୍ଟାଡିୟମରେ ବିଶାଳ ସ୍କୋର କରିଛି ଆଫଗାନିସ୍ତାନ । ଇବ୍ରାହିମ ଜାଦ୍ରାନଙ୍କ ଅପରାଜିତ ୧୨୯ ରନ୍‌ ବଳରେ ଆଫଗାନିସ୍ତାନ  ୨୯୧ ରନ୍‌ କରିଛି । ତେବେ ଜାଦ୍ରନାଙ୍କ ଏହି ଶତକ ଦଳ ପାଇଁ ଗୌରବ ଆଣିଛନ୍ତି । କାରଣ ୨୨ଟି ମ୍ୟାଚ୍‌ ପରେ ଆଫଗାନିସ୍ତାନ ଟିମ୍‌ର କୌଣସି ଖେଳାଳି ଶତକ କରିବାରେ ସଫଳ ହୋଇଛନ୍ତି । 

ଜାଦ୍ରାନ ବିଶ୍ବକପରେ ପ୍ରଥମ ଶତକ କରିବା ସହ ଆଫଗାନିସ୍ତାନର ଦୀର୍ଘ ବର୍ଷର ଏହି ଖାଇକୁ ପୂରଣ କରିଛନ୍ତି । ପ୍ରଥମେ ୨୦୧୫ରେ ଓଡିଆଇ ବିଶ୍ବକପରେ ସାମିଲ ହୋଇଥିଲା ଆଫଗାନିସ୍ତାନ ଟିମ୍‌ । ସେପଟେ ୨୦୨୩ ବିଶ୍ବକପ ପୂର୍ବରୁ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିଲା ଆଫଗାନିସ୍ତାନ । ଏହା ପୂର୍ବରୁ ବିଶ୍ବକପରେ ଆଫଗାନିସ୍ତାନର ଶମିଉଲ୍ଲା ଶିନଓ୍ବାରୀ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସ୍କଟଲ୍ୟାଣ୍ଡ ବିପକ୍ଷରେ ଶମିଉଲ୍ଲା ୯୫ ରନ୍‌ କରିଥିଲେ ଏବଂ ଏହି ମ୍ୟାଚ ଜିତିଥିଲା ଆଫଗାନିସ୍ତାନ । 

ତାପରଠାରୁ ବିଶ୍ବକପରେ ୨୨ଟି ମ୍ୟାଚ୍‌ ଖେଳାଯାଇଛି । ଆଜିର ୨୩ ତମ ମ୍ୟାଚ୍‌ରେ ଖେଳିଥିବା ଆଫଗାନିସ୍ତାନର ବ୍ୟାଟର ଜାଦ୍ରାନ  ସର୍ବାଧିକ ସ୍କୋର କରିଛନ୍ତି । ଏହା ସହ ଶତକ ହାସଲ କରିବାରେ ପ୍ରଥମ ଆଫଗାନୀ ବ୍ୟାଟର ହୋଇଛନ୍ତି ଜାଦ୍ରାନ । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିବାରେ ସବୁଠାରୁ ଯୁବ ବ୍ୟାଟର ବି ହେଲେ ଜାଦ୍ରାନ । ଏହା ପୂର୍ବରୁ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବ ବ୍ୟାଟର ଭାବେ  ଶତକ ହାସଲ କରିଥିଲେ ମହମ୍ମଦ ଅଶ୍ରାଫୁଲ । ସେ ୨୦୦୫ରେ କାର୍ଡିଫରେ ଶତକ ମାରିଥିଲେ ଏବଂ ସେତେବେଳେ ତାଙ୍କ ବୟସ ୨୦ ବର୍ଷ ୨୮୨ ଦିନ ହୋଇଥିଲା । 

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୯୯୪ରେ କଲମ୍ବୋରେ ପ୍ରଥମ ଶତକ କରିଥିଲେ । ସେତେବେଳେ ତାଙ୍କର ବୟସ ୨୧ ବର୍ଷ ୧୩୮ ଦିନ ହୋଇଥିଲେ । ସେହିଭଳି ଇବ୍ରାହିମ ଜାଦ୍ରାନ ୨୧ ବର୍ଷ ୩୩୦ ଦିନ ବୟସରେ ଶତକ ହାସଲ କରିଛନ୍ତି । ସେପଟେ ଦିନିକିଆରେ ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ଶତକ ମହମ୍ମଦ ଶେହଜାଦଙ୍କ ନାଁରେ ରହିଛି । ସେ ୬ଟି ଶତକ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ରହମନତୁଲ୍ଲା ଗୁରବାଜ, ରହମନ ଶାହ ଏବଂ ଇବ୍ରାହିମ ଜାଦ୍ରାନ ୫ଟି ଲେଖାଏଁ ଶତକ ହାସଲ କରିଛନ୍ତି ।  ଇବ୍ରାହିମ ଜାଦ୍ରାନ ଆଜି ୧୪୩ଟି ବଲରୁ ୧୨୯ ରନ୍‌ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।    

  • Afghanistan
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.