ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଣ୍ଡିଆ ଟୁଡେ ସର୍ଭେ: ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର ୫୨.୭% ଲୋକେ ଖୁସ

ଭୁବନେଶ୍ୱର,୧୧/୦୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ସବୁଠୁ ଆଗରେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ପୁଣି ଶୀର୍ଷରେ ରହିଛନ୍ତି ନବୀନ । ଇଣ୍ଡିଆ ଟୁଡେ ମୁଡ୍‌ସ ଅଫ୍‌ ଦ ନେସନ  ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୁନର୍ବାର ସଭିଙ୍କୁ ପଛରେ ପକାଇ ଦେଇଛନ୍ତି । 

ଏହି ତାଜା ସର୍ଭେ କହୁଛି,  ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟର  ୫୨.୭% ଲୋକେ ପସନ୍ଦ କରୁଛନ୍ତି । ଓଡ଼ିଶାରେ ସର୍ଭେ ଟିମ୍‌ ୩୭୬୦ଜଣଙ୍କ ମତ ନେଇଥିଲା । ସେଥିରୁ ୫୨.୭%  ଲୋକେ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ କାମରେ ବେଶ୍‌ ସନ୍ତୁଷ୍ଟ ଥିବା ମତ  ରଖିଥିଲେ । ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଜାତୀୟ ଗଣମାଧ୍ୟମ  ସଂସ୍ଥାର ଏହି ସର୍ଭେରେ ନବୀନଙ୍କ ଲୋକପ୍ରିୟତା ଦେଖି ବିଜେଡିର ବଳ  ବଢ଼ିଛି । 

ଏହି ସର୍ଭେ ତାଲିକାରେ ଦ୍ୱିତୀୟରେ ଅଛନ୍ତି ଉତ୍ତରପ୍ରଦେଶ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କ କାର୍ଯ୍ୟରେ  ଉତ୍ତରପ୍ରଦେଶର ୫୧.୩% ଲୋକେ ଖୁସ୍‌ ଅଛନ୍ତି ।ତୃତୀୟରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱଶର୍ମା । ଆସାମର ୪୮.୬%  ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ । 

ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ  ଭୁପେନ୍ଦ୍ରଭାଇ ପଟେଲ (୪୨.୬%),  ପଞ୍ଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ  ସାହା (୪୧.୪%), ଷଷ୍ଠ ସ୍ଥାନରେ ଗୋଆ  ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ (୪୧.୧%),  ସପ୍ତମ ସ୍ଥାନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ  ପୁଷ୍କର ସିଂହ ଧାମି (୪୦.୧%), ଅଷ୍ଟମ  ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିୱାଲ୍‌ (୩୬.୫%), ନବମରେ  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ  (୩୫.୮%) ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ (୩୨.୮%) ଅଛନ୍ତି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.