ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଳିଙ୍ଗ ମାରିଟାଇମ୍‌ ଏକ୍ସପୋ ୯ରୁ; ପ୍ରଦର୍ଶିତ ହେବ ନୌସେନା ଯନ୍ତ୍ରପାତି, ୫ ଶହ ଷ୍ଟଲ୍‌ ସାଙ୍ଗକୁ ଫୁଡ୍‌ ଓ ଗେମ୍‌ ଜୋନ୍‌

କଟକ, ୬।୦୨: କଟକ ବାଲିଯାତ୍ରା ଉପର ପଡ଼ିଆରେ ଆସନ୍ତା ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କଳିଙ୍ଗ ମାରିଟାଇମ୍‌ ଏକ୍ସପୋ-୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ନୌସେନା ଯନ୍ତ୍ରପାତି ନିର୍ମାଣ ଓ ବ୍ୟବହାର ସଂକ୍ରାନ୍ତରେ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏହାବାଦ୍‌ ୫ଶହ ଷ୍ଟଲ୍‌ ସାଙ୍ଗକୁ ଫୁଡ୍‌ ଓ ଗେମ୍‌ ଜୋନ୍‌ ମଧ୍ୟ ସ୍ଥାନ ପାଇବ । ମଙ୍ଗଳବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏସନ୍‌ (ଓଆଇଏ)ର ସଭାପତି ତଥା ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ, ଓଡିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏସନ୍‌, ନାଭି ଫାଉଣ୍ଡେସନର ଓଡ଼ିଶା ଚାପ୍ଟର ଓ ଇଡ୍‌କୋ ସହଯୋଗରେ ଏହି କାର୍ଯ୍ୟକ୍ରମ ହେବ । ଏହି ଏକ୍ସପୋରେ ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କ୍ରେତା ବିକ୍ରେତାଙ୍କୁ ନେଇ କର୍ମଶାଳା ହେବ । 

ଏତଦ୍‌ବ୍ୟତୀତ ନାଭି ଫାଉଣ୍ଡେସନ୍‌ ଫକ୍ଷରୁ ଆକର୍ଷଣୀୟ ବ୍ୟାଣ୍ଡ୍‌ ସୋ’ ପରିବେଷଣ କରାଯିବ । ପ୍ରତ୍ୟେହ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ । ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଓଆଇଏ ଅଧ୍ୟକ୍ଷ ଅବନୀ କାନୁନଗୋ କହିଥିଲେ, ନୌବାଣିଜ୍ୟ କ୍ଷେତ୍ରରେ କଟକର ସ୍ୱତନ୍ତ୍ର ସ୍ଥାନ ରହିଛି । ଏକ୍ସପୋରେ ସାମୁଦ୍ରିକ ପୋତର ଯନ୍ତ୍ରପାତି ସଂକ୍ରାନ୍ତରେ ସଚେତନତା କର୍ମଶାଳା ଅନୁଷ୍ଠିତ ହେବ । ଏମ୍‌ଏସ୍‌ଏମ୍‌ଇ ଶିଳ୍ପୋଦ୍ୟୋଗୀମାନେ ନୌସେନାକୁ କି ପ୍ରକାରର ଯନ୍ତ୍ରାଂଶ ଯୋଗାଇପାରିବେ ସେ ସଂପର୍କରେ ଦିଲ୍ଲୀରୁ ଆସୁଥିବା ନୌସେନା ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ । ଏଥିରୁ ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପୋଦ୍ୟୋଗୀମାନେ ଆଗକୁ ବଢ଼ିବାର ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି ଶ୍ରୀ କାନୁନଗୋ ସୂଚନା ଦେଇଥିଲେ । ନାଭି ଫାଉଣ୍ଡେସନ୍‌ ଓଡ଼ିଶା ଚାପ୍ଟର ପ୍ରେସିଡେଣ୍ଟ୍‌ ଭାଇସ୍‌ ଆଡ୍‌ମିରାଲ୍‌ ଆର୍‌.କେ. ମହାନ୍ତି ଏହି କାର୍ଯ୍ୟକ୍ରମ ଦ୍ୱାରା ନୌବାହିନୀ ସମ୍ପର୍କିତ ବିଭିନ୍ନ ସୂଚନା ଲୋକଙ୍କୁ ମିଳିପାରିବ ବୋଲି କହିଥିଲେ । ସମ୍ମିଳନୀରେ ଓଆଇଏର ସାଧାରଣ ସଂପାଦକ ଗୌର ଗୋପାଳ ସେନ୍‌, ପୂର୍ବତନ ସଭାପତି ରାଜେଶ କାନୁନଗୋ, ସଂଯୋଜକ ପ୍ରଫୁଲ୍ଲ ସିଂ, ଉପସଭାପତି ବିନୋଦ ଭୂତ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.