ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

କରୀନାଙ୍କ ସହ ଆଉ ରହିବେ ନାହିଁ ସୈଫ ଅଲୀ ଖାନ ! ଅଭିନେତ୍ରୀଙ୍କ ସାମନାରେ ଏମିତି କହି ଦେଲେ ଅଭିନେତା

ମୁମ୍ୱାଇ : ସୈଫ ଅଲୀ ଖାନ ଓ କରୀନା କପୁର ଖାନ ଯୋଡ଼ି ଏକାଠି କିଛି ଫିଲ୍ମ କରି ସାରିଛନ୍ତି। ହେଲେ ତାଙ୍କ ଯୋଡ଼ିର ଫିଲ୍ମ ବକ୍ସ ଅଫିସରେ କିଛି ଯାଦୁ ଦେଖାଇ ପାରିନାହିଁ। ଉଭୟ ଏକାଠି ଟସନ , ଏଜେଣ୍ଟ ବିନୋଦ ଓ କୁର୍ବାନ ଭଳି ଫିଲ୍ମରେ କାମ କରି ସାରିଛନ୍ତି। ଏବେ ସୈଫ୍ ନିକଟରେ କହିଛନ୍ତି କି, ସେ ଓ କରୀନା ଆଉ ଥରେ ଏକାଠି କାମ କରୁଛନ୍ତି , କିନ୍ତୁ ଏଥିପାଇଁ ସେ ପତ୍ନୀଙ୍କ ଠାରୁ ଦୂରେଇ ରହିବେ। ଏହା ପଛରେ କଣ କାରଣ ଅଛି ଏବଂ କରୀନାଙ୍କର ଏହାକୁ ନେଇ କଣ ରିଆକ୍ସନ ଅଛି ଆସନ୍ତୁ ଜାଣିବା।  

ଉଲ୍ଲେଖନୀୟ ଯେ, କରୀନା ଓ ସୈଫ୍‌ ଫିଲ୍ମ କମ୍ପାନୀୟନ ସହ କଥାବାର୍ତ୍ତା ବେଳେ କହିଛନ୍ତି , ଉଭୟ ସାଥି ହୋଇ ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଏହି ସମୟରେ କରୀନା କହିଛନ୍ତି କି ସୈଫ୍ ପ୍ରଥମେ କାମ କରିବାକୁ ଚାହୁଁ ନଥିଲେ, କାରଣ ତାଙ୍କର ପୁରୁଣା ଫିଲ୍ମ ସବୁ ଚାଲି ନଥିଲା। ସେ କହିଥିଲେ , ପ୍ରଥମେ ସୈଫ୍‌ ମନା କରିଥିଲେ କି ନା ନା , ସାଥିହୋଇ କାମ କରିବା ଠିକ୍‌ ନୁହେଁ । 

କରୀନା କୁହନ୍ତି କି ଏହି ପ୍ରୋଜେକ୍ଟରେ ଏକାଠି କାମ କରି ମଜା ଆସିବ। ଏବେ ଆମେ ଷ୍ଟାର ଆବେ ପରସ୍ପର ସହ କମ୍ପର୍ଟେବଲ ଅଛୁ। ହେଲେ ସୈଫ୍ ମଜାକରି କହିଛନ୍ତି କି ଉଭୟ ବୋଧହୁଏ ଏକାଠି ରହିବେ ନାହିଁ , ଯେବେ ସାଥି ହୋଇ କାମ କରିବେ। ସୈଫ କହିଥିଲେ, ମୁଁ ବୋଧହୁଏ ତୁମ ସହ ରହିବି ନାହିଁ , ଯେବେ ଫିଲ୍ମରେ ତୁମ ସହ କାମ କରିବି, ଏମତି ମୁଁ ସ୍ଥିର କରିଛି । ମୁଁ ଆଉ ଏକ ରୁମ୍ ନେବାକୁ ଯାଉଛି। କରୀନା ସୈଫଙ୍କ କଥାରେ ହସନ୍ତି ଆଉ କୁହନ୍ତି ଠିକ୍‌ ଅଛି। 

ସୂଚନା ଯେ, ଫିଲ୍ମ ଟସନ୍‌ର ସୁଟିଂ ବେଳେ ହିଁ କରୀନା ଓ ସୈଫ୍‌ ରିଲେସନସିପ୍‌କୁ ଆସିଥିଲେ । ଫିଲ୍ମରେ ଅକ୍ଷୟ କୁମାର ମଧ୍ୟ ଥିଲେ , କିନ୍ତୁ ଫିଲ୍ମ ଫ୍ଲଟ ହୋଇଥିଲା। ଏହାପରେ ଦୁହିଁଙ୍କର ଏଜେଣ୍ଟ ବିନୋଦ ଆସିଥିଲା , ଏହା ବି ଚାଲି ନଥିଲା। ହେଲେ କୁର୍ବାନ ଫିଲ୍ମକୁ ଠିକ୍‌ ଭାବେ ରେସପନ୍ସ ମିଳି ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.