ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ... ମହୁଆ ମାମଲା ପରେ ଦିଲ୍ଲୀ ଯିବାର ପ୍ରସ୍ତୁତିରେ ମମତା ବାନାର୍ଜୀ

କୋଲକାତା : ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ ପାଇଁ ତାଙ୍କୁ ସମୟ ମାଗିଥିବା କଥା ଆଜି ମମତା କହିଛନ୍ତି। ଏହି ସମୟରେ ସେ ରାଜ୍ୟ ପାଇଁ କେନ୍ଦ୍ରର ବକେୟା ଅର୍ଥ ନେଇ ଦାବି ଉଠାଇବେ। ମମତା ବାନାର୍ଜୀ ଉତ୍ତର ବଙ୍ଗଳାରେ ସିଲିଗୁଡ଼ି ପାଖରେ ବାଗଡୋଗରା ବିମାନବନ୍ଦରରେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ , ୧୮ରୁ ୨୦ ଡିସେମ୍ୱର ମଧ୍ୟରେ ଯେକୌଣସି ଦିନ ସେ ପ୍ରଧାନମନ୍ତ୍ରଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। 

କହି ରଖୁଛୁ କି ,  ଦିନକ ପୂର୍ବରୁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସାଂସଦ ପଦରୁ ବାହାର କରି ଦିଆ ଯାଇଛି। ଏହି ମାମଲାକୁ ନେଇ ମଧ୍ୟ ମମତା ବାନାର୍ଜୀ ଖୁବ୍‌ ନିରାଶ ଅଛନ୍ତି।

ମମତା ବାନାର୍ଜୀ କହିଛନ୍ତି କି , କେନ୍ଦ୍ର ରାଜ୍ୟରୁ ଜିଏସଟି ସଂଗ୍ରହ କରୁଛି , କିନ୍ତୁ ଆୟକୁ ରାଜ୍ୟ ସରକାରଙ୍କ ସହ ସେୟାର କରୁନାହିଁ। ସେ କହିଛନ୍ତି , ଏହି ମାସରେ ପାର୍ଟି ଟିଏସସିର କିଛି ସାଂସଦଙ୍କ ସହ ଦିଲ୍ଲୀ ଯିବି ଏବଂ ମୁଁ କେନ୍ଦ୍ର ଉପରେ ଥିବା ରାଜ୍ୟର ବକେୟା ପ୍ରାପ୍ୟକୁ ପାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସମୟ ମାଗିଛି। ମମତା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ୧୮,୧୯ ଓ ୨୦ ଡିସେମ୍ୱର ମଧ୍ୟରୁ କୌଣସି ବି ଦିନ ଭେଟିବାକୁ ସମୟ ଦେବାକୁ ଅନୁରୋଧ କରିଛି।

ମମତା କହିଛନ୍ତି , ମନରେଗା ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅନୁସାରେ ରାଜ୍ୟକୁ ଅର୍ଥ ମିଳିବା ଆବଶ୍ୟକ , ତାହା ବି ମିଳୁ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟକୁ କେନ୍ଦ୍ର ଠାରୁ ତାଙ୍କର ଆର୍ଥିକ ବକେୟାରୁ ବଞ୍ଚିତ କରାଯାଉଛି। ଏହି ସମୟରେ ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି କେନ୍ଦ୍ର ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ନିଜ ପ୍ରାପ୍ୟର ଧନରାଶି ରୋକି ଦେଇଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ନିଜର ବିଭିନ୍ନ ଉତ୍ସ ଦ୍ୱାରା ଏହି ଯୋଜନା ଗୁଡ଼ିକୁ ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ, ମମତା ବାନାର୍ଜୀ ଏହି ସମୟରେ ଉତ୍ତର ବଙ୍ଗଳାକୁ ଏକ ସପ୍ତାହର ଗସ୍ତରେ ଅଛନ୍ତି ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.