ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଙ୍ଗଲରେ ଝୁଣ୍ଟୁଛି ରାହୁଲଙ୍କ ନ୍ୟାୟ ଯାତ୍ରା, ଗେଷ୍ଟ ହାଉସ୍‌ ଦେବାକୁ ମନା କଲେ ମମତାଙ୍କ ସରକାର

Image Courtesy: livemint

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଏକପ୍ରକାଶ ଶୀତଳ ଯୁଦ୍ଧ ଜାରି ରହିଛି । ମମତା ବନାର୍ଜୀଙ୍କ ସରକାର ରାହୁଲ ଗାନ୍ଧୀଙ୍କୁ ସରକାରୀ ଗେଷ୍ଟ ହାଉସ୍‌ ଦେବାକୁ ମନା କରିଦେଇଛି । ଏହାକୁ ନେଇ ରାଜ୍ୟରେ ଦୁଇ ଦଳର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ରାହୁଲ ଗାନ୍ଧୀଙ୍କୁ କାହିଁକି ଗେଷ୍ଟ ହାଉସ ଦିଆଗଲାନି ତାର କାରଣ ମଧ୍ୟ କହିଛି ଟିଏମସି । ଏହା ସହ କଂଗ୍ରେସ ଉପରେ ବର୍ଷିବା ସହ ଭୋଟ ସମୟରେ ଦଳକୁ ରାଜ୍ୟ କଥା ମନେ ପଡ଼ୁଛି ବୋଲି ଅଭିଯୋଗ କରିଛି ଟିଏମସି । 

 ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୩୧ରେ ମାଲଦାରେ ପହଞ୍ଚିବ । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ଅନେକ ସାଂସଦ ମଧ୍ୟ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗରେ ରହିବା ଲାଗି ରାହୁଲ ଗାନ୍ଧୀଙ୍କ ପାଇଁ ଦଳ ପକ୍ଷରୁ ଏକ ଗେଷ୍ଟ ହାଉସ ଡିମାଣ୍ଡ କରାଯାଇଥିଲା । କିନ୍ତୁ ତାଙ୍କୁ ଗେଷ୍ଟା ହାଉସ ମିଳିପାରି ନାହିଁ । ତେବେ ଦ୍ବିପ୍ରହର ଭୋଜନ ଲାଗି ରାହୁଲ ଗାନ୍ଧୀଙ୍କୁ ଗେଷ୍ଟ ହାଉସର ଆବଶ୍ୟକତା ଥିଲା । ଗେଷ୍ଟ ହାଉସ ନମିଳିବାରୁ କଂଗ୍ରେସକୁ ଜିଲ୍ଲାର ଏକ କ୍ଲବରେ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି । 

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ଜଳ ଯୋଗାଣ ବିଭାଗର ଏକ ଗେଷ୍ଟ ହାଉସ ଲାଗି ଦାବି କରାଯାଇଥିଲା । ହେଲେ ମମତା ବାନାର୍ଜୀଙ୍କ ସରକାର କଂଗ୍ରେସର ଏହି ଦାବିକୁ ପ୍ରତ୍ୟାଖାନ କରିଦେଇଛି । ଏହା ପରେ କଂଗ୍ରେସ ଦେବୀପୁରର ଏକ କ୍ଲବରେ ରାହୁଲ ଗାନ୍ଧୀଙ୍କ ଭୋଜନ ଏବଂ ବିଶ୍ରାମ ଲାଗି ବ୍ୟବସ୍ଥା କରିଥିବା ଜଣାପଡ଼ିଛି । 

ତୃଣମୂଳ କଂଗ୍ରେସ ଅନୁସାରେ, ପଶ୍ଚିମବଙ୍ଗରେ ଏବେ ବିଭିନ୍ନ ସମାରୋହର ଆୟୋଜନ ହେଉଛି । ଫଳରେ ନେତମାନଙ୍କ ଲାଗି ସମସ୍ତ ଗେଷ୍ଟ ହାଉସ ବୁକ୍‌ ହୋଇଛି । ତେଣୁ ରାହୁଲ ଗାନ୍ଧୀଙ୍କ ଲାଗି ଗେଷ୍ଟ ହାଉସ ଉପଳବ୍ଧ କରାଇବା ସମ୍ଭବପର ନୁହେଁ ।  ସେପଟେ କଂଗ୍ରେସର କହିବା କଥା ହେଲା, ଶାସକ ଦଳ ଭୟ କରିଯାଇଛି ତେଣୁ ଗେଷ୍ଟ ହାଉସ ଦେବାକୁ ମନା କରୁଛି। 

 

  • CM Mamata
  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.