ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ପ୍ରତ୍ୟାହୃତ: ସିନ୍ଦେଙ୍କ ହାତରୁ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ଜରାଙ୍ଗେ, କହିଲେ- ଏଥର ଧୋକ୍କା ହେଲେ...

ମୁମ୍ବାଇ,୨୭।୧:  ମହାରାଷ୍ଟ୍ରରେ ସରିଲା ମରାଠା ସଂରକ୍ଷଣ ଆନ୍ଦୋଳନ । ଦୀର୍ଘ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ଏହି ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି। ଏଥିସହ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲଙ୍କୁ ଜୁସ୍ ପିଆଇ ଅନଶନ ଭଙ୍ଗ କରାଇଛନ୍ତି। 

ସରକାର ଦାବି ଗ୍ରହଣ କରିବା ପରେ ଜରାଙ୍ଗେ କହିଛନ୍ତି, ଆମେ ୪ ମାସ ଧରି ମରାଠା ସଂରକ୍ଷଣ ପାଇଁ ଲଢେଇ କରୁଥିଲୁ। ଏହି ସଂରକ୍ଷଣ ପାଇଁ ପ୍ରାୟ ୩୫୦ଜଣ ଯୁବକ ଆତ୍ମହତ୍ୟା କରିସାରିଛନ୍ତି। ଶେଷରେ ଆଜି ସେମାନଙ୍କ ସ୍ୱପ୍ନ ସାକାର ହୋଇଛି। ବର୍ତ୍ତମାନ ସଂରକ୍ଷଣ କାର୍ଯ୍ୟକାରୀ କରିବାର ଦାୟିତ୍ୱ ସରକାରଙ୍କର। ଯଦି ମୋତେ ଏଥର ପ୍ରତାରିତ କରାଯାଏ, ମୁଁ ମୁମ୍ବାଇର ଆଜାଦ ମଇଦାନକୁ ଓହ୍ଲାଇବି। 

ଉଲ୍ଳେଖନୀୟ ଯେ,, ଗତକାଲି ଜରାଙ୍ଗେ ସିନ୍ଦେ ସରକାରଙ୍କୁ ଏକ ଚେତାବନୀ ଦେଇ କହିଥିଲେ,   ଯଦି ଶନିବାର ସକାଳ ୧୧ ଟା ସୁଦ୍ଧା ସଂରକ୍ଷଣ ନିୟମ ଜାରି କରାନଯିବ, ତେବେ ସେ ୧୨ଟାରେ ମୁମ୍ବାଇର ଆଜାଦ ମଇଦାନରେ ପହଞ୍ଚି ବିକ୍ଷୋଭ କରିବେ। ଏହା ପରେ ସିନ୍ଦେ ସରକାର ଗତକାଲି ବିଳମ୍ବିତ ରାତିରେ ହିଁ ଜାରଙ୍ଗେଙ୍କ ନିକଟକୁ ଅଧ୍ୟାଦେଶର ଏକ ଡ୍ରାଫ୍ଟ ପଠାଇଥିଲେ। ଏଥିରେ ଜରାଙ୍ଗେଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଦାବି ଗ୍ରହଣ କରାଯାଇଥିବା ନେଇ ଉଲ୍ଲେଖ କରାଯାଇଥିଲା। ସରକାର ସମସ୍ତ ଦାବିକୁ ଲିଖିତ ଆକାରରେ ଗ୍ରହଣ କରିବା ପରେ ଅନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜରାଙ୍ଗେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ଉଚିତ୍ ପଦକ୍ଷେପ ନେଇଛନ୍ତି, ସେଥିପାଇଁ ଆମର ବିକ୍ଷୋଭ ଶେଷ ହୋଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.