ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଐତିହାସିକ ମୁହୂର୍ତ୍ତ: ଦୀପାବଳି ଅବସରରେ ନ୍ୟୁୟର୍କରେ ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ: ଭାରତ ପାଇଁ ଏହି ଦୀପାବଳି ଐତିହାସିକ ହେବାକୁ ଯାଉଛି । ଇତିସହାସରେ ପ୍ରଥମ ଥର ପାଇଁ ଆମେରିକାର ନ୍ୟୁୟର୍କରେ ଦୀପାବଳି ଛୁଟି ଘୋଷଣା ହୋଇଛି । ସହରର ଥିବା ସବୁ ବିଦ୍ୟାଳୟ ଲାଗି ଦୀପାବଳି ଛୁଟି ଘୋଷଣା କରିଛି ନ୍ୟୁୟର୍କ ପ୍ରଶାସନ । ଆମେରିକାରେ ପ୍ରବାସୀ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ଦୀର୍ଘ ବର୍ଷର ଦାବିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନ୍ୟୁୟର୍କ ମେୟରଙ୍କ କାର୍ଯ୍ୟାଳୟର ଡେପୁଟି କମିଶନର ଦିଲ୍ଲୀପ ଚୌହାନ କହିଛନ୍ତି ।

ଦୀପାବଳିକୁ ପବ୍ଲିକ ସ୍କୁଲ ହଲିଡେ’ ବୋଲି ଘୋଷଣା କରିଛନ୍ତି ମେୟର ଏରିକ ଆଦାମ୍ସ । ସହରରେ ସଂସ୍କୃତିର ବିବିଧତାକୁ ପରିଚିତ କରାଇବା ଲାଗି ଏଭଳି ନିଷ୍ପତ୍ତି ହୋଇଛି । ଦୀର୍ଘ ଦିନର ଏହି ଦାବି ଏବଂ ଅପେକ୍ଷା ଫଳପ୍ରଦ ହୋଇଥିବାରୁ ଦିଲ୍ଲୀପ ଚୌହାନ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଚଳିତବର୍ଷ ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଏବଂ ଭାରତ-ଆମେରିକୀୟଙ୍କ ପ୍ରଚେଷ୍ଟା ଫଳରେ ନ୍ୟୁୟର୍କ ମେୟର ସ୍କୁଲ ପାଇଁ ଦୀପାବଳି ଛୁଟି ଘୋଷଣା କରିଛନ୍ତି । ଦୀପାବଳି ଦିନ ପିଲାମାନେ ସ୍କୁଲ ଯିବାର କୌଣସି ଆବଶ୍ୟକତା ନାହିଁ । ସେମାନେ ଘରେ ରହି ଦୀପାବଳି ପାଳନ କରିପାରିବେ ବୋଲି ଦିଲ୍ଲୀପ ଚୌହାନ କହଛନ୍ତି । 

ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ପ୍ରତିଟି ଭାରତୀୟଙ୍କ ଲାଗି ଏହା ଗୌରବମୟ ଦିନ । କାରଣ ଭାରତର ସଂସ୍କୃତିକୁ ଆମେରିକାରେ ପରିଚୟ ମିଳିଥିବା ବେଳେ ଏବେ ପିଲାମାନେ ଏହି ଦିନ ସ୍କୁଲ   ନଯାଇ ଘରେ ରହି ପର୍ବ ପାଳନ କରିପାରିବେ  ।                                                           

  • Diwali 2023
  • Copyright © 2022 - Summa Real Media Private Limited. All Rights Reserved.