ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ, ମିଥ୍ୟା ସତ୍ୟପାଠ ଦାଖଲ ନେଇ କ୍ଷୁବ୍ଧ ହେଲେ କୋର୍ଟ

କଟକ, ୨।୧୨: କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ବାଲି ଛାଟ। ବେଆଇନ ବାଲି ଚାଲାଣ ମାମଲାରେ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି କ୍ଷୁବ୍ଧ ହେଲେ କୋର୍ଟ। ବାଲି ପରିବହନ ନେଇ ଜିଲ୍ଲାପାଳଙ୍କ ସତ୍ୟପାଠ ମିଥ୍ୟା ଥିବା କୋର୍ଟ କହିଛନ୍ତି। ଏଥିପାଇଁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ୍ ବୋଲି କହିଛନ୍ତି। ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସୂଚନାନୁଯାୟୀ, ମହାନଦୀ ଓ କାଠଯୋଡ଼ିରୁ ବେଆଇନ ବାଲି ଉଠାଣ ଓ ପରିବହନ ନେଇ ଏକ ପିଆଇଏଲ୍ ହୋଇଥିଲା। ଲିଜ୍‌ଧାରୀଙ୍କ ପାଇଁ ପ୍ରଶାସକ ଲୋକଙ୍କ ସ୍ଵାର୍ଥକୁ ଆଖି ବୁଜିଥିବା ଅଭିଯୋଗ ଥିଲା। ଏହାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ। ଏଭଳି ହେଉନଥିବା ଓ ଯାହା କିଛି ଘଟିଛି, ଫାଇନ୍ ହୋଇଥିବା ପ୍ରଶାସନ କହିଥିଲେ। ପ୍ରଶାସନର ଏଭଳି ସତ୍ୟପାଠରେ ହାଇକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଥିଲେ। ଜିଲ୍ଲାପାଳଙ୍କ ଦାୟିତ୍ଵହୀନତା ଆଚରଣ ଗ୍ରହଣୀୟ ନୁହେଁ। ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କହିଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ୟମାନେ ଚେତିବେ ବୋଲି କୋର୍ଟ କହିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.