ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ତେଲେଙ୍ଗାନାରେ ମୋଦୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା, ଜବାବ ଦେଲେ କେସିଆରଙ୍କ ପୁଅ କେଟିଆର

ହାଇଦ୍ରାବାଦ, ୦୩/୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର) ଏନଡିଏରେ ସାମିଲ ହେବାକୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନିଜାମାବାଦରେ ପହଞ୍ଚିଥିଲେ । ସେଠାରେ ଜନସଭାକୁ ସମ୍ବୋଧନ କରିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୋଦୀ । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ଜଣେ ସମାଲୋଚକ ଭାବେ କେସିଆର ପରିଚିତ । ହେଲେ ସେ ବିଜେପି ନେତୃତ୍ବାଧୀନ ମେଣ୍ଟ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ । ହେଲେ ମୁଁ ତାଙ୍କୁ ଏନଡିଏ ମେଣ୍ଟରେ ସାମିଲ ହେବାରୁ ରୋକିଥିଲି ବୋଲି ପିଏମ ମୋଦୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କେସିଆର ଜାଣିଛନ୍ତି ତାଙ୍କ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ୍‌) ଦଳ ଏନଡିଏରେ ସାମିଲ ହେବାକୁ କେତେ ପ୍ରଚେଷ୍ଟା କରିଛି । ଏହାକୁ ବ୍ୟକ୍ତିଗତ ଭାବେ ଖଣ୍ଡନ କରାଯାଉଛି । କିନ୍ତୁ ଯେତେବେଳେ ଆମେ କହିଲୁ ତେଲେଙ୍ଗାନର ଲୋକଙ୍କ ସହ ଧୋକା କରାଯିବ ନାହିଁ ତାପରେ କେସିଆରଙ୍କ ମୁଣ୍ଡ ଚକ୍କର ଖାଇଥିଲା ବୋଲି ପିଏମ ମୋଦୀ ଦାବି କରିଛନ୍ତି ।  ଏହା ସହ କେସିଆରଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି, ‘ଏମାନେ ଗଣତନ୍ତ୍ରକୁ ଲୁଟତନ୍ତ୍ର ଏବଂ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିସାରିଛନ୍ତି । କେସିଆର ଦିଲ୍ଲୀରେ ଯେଉଁ ସୁନ୍ଦର ବ୍ୟବହାର ଦେଖାଇଥିଲେ ତାହା ତାଙ୍କର ସ୍ବଭାବ ନୁହେଁ । ସେ କହିଥିଲେ ଆପଣଙ୍କ (ମୋଦୀ) ଶାସନରେ ଦେଶ ଉନ୍ନତି କରୁଛି ।’ 

ସେପଟେ କେସିଆର ସମସ୍ତ ଦାୟିତ୍ବ କେଟି ରାମାରାଓ(କେଟିଆର)ଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ । ଏବଂ ସେଥିପାଇଁ ମୋଦୀଙ୍କ ଆଶୀର୍ବାଦ ଚାହିଁଥିଲେ । ହେଲେ ସେ କେସିଆରଙ୍କୁ ଏହା ଲୋକତନ୍ତ୍ର ବୋଲି କହିବା ସହ ଆପଣ କିଏ ଦାୟିତ୍ବ ହସ୍ତାନ୍ତର କରିବେ କେଟି ରାମାରାଓଙ୍କୁ ? ଆପଣ କଣ ରାଜା ବୋଲି କେସିଆରଙ୍କୁ ପଚାରିଥିଲେ ବୋଲି ମୋଦୀ କହିଛନ୍ତି । ଏହା ପରଠାରୁ କେସିଆର ତାଙ୍କ ସାମ୍ନାକୁ ଆସୁନାହାନ୍ତି କି ନଜର ମିଶାଇ ପାରୁନାହାନ୍ତି ବୋଲି କହିଛନ୍ତି ପିଏମ ମୋଦୀ । 

ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରେ ପାଲଟା ଜବାବ ଦେଇଛନ୍ତି କେଟି ରାମାରାଓ । ସେ କହିଛନ୍ତି ଏଥିପାଇଁ ବିଜେପିକୁ ସବୁଠାରୁ ବଡ଼ ମିଛ ଫ୍ୟାକ୍ଟ୍ରି ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ମୋଦୀ ହ୍ବାଟସଆପ୍‌ ୟୁନିଭର୍ସିଟିର ମୁଖ୍ୟ ସଂଚଳକ । ଏହା ସହ ବିଆରଏସ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିକୁ ଟାର୍ଗେଟ କରିଛନ୍ତି । 

 

 

 

  • BJP
  • Narendra Modi
  • telengana
  • Copyright © 2022 - Summa Real Media Private Limited. All Rights Reserved.