ନୂଆଦିଲ୍ଲୀ, ୧୬/୧୧: ଆମେରିକା ନିକଟ ଉତ୍ତର ପ୍ରଶାନ୍ତ ମହାନଗରରେ ଖସିଛି ଚନ୍ଦ୍ରଯାନ-୩ ରକେଟର ଅଂଶ । ଚନ୍ଦ୍ରଯାନକୁ ପୃଥିବୀ ପୃଷ୍ଠରୁ ୧୩୩ କିମି X ୩୫, ୮୨୩ କିମି ଉଚ୍ଚ କକ୍ଷପଥରେ ଛାଡ଼ିଥିବା କ୍ରାୟୋଜେନିକ୍ ଅପର୍ ଷ୍ଟେଜ୍ ପ୍ରଶାନ୍ତ ମହାସାଗରରେ ଖସିଛି । ରକେଟର ଏହି ଅଂଶ ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ରେ ନିର୍ଦ୍ଧାରିତ କକ୍ଷରେ ଛାଡ଼ିଥିଲା । ସେବେଠୁ ପୃଥିବୀର ଉପରି ଭାଗରେ ଘୁରି ବୁଲି ଧିରେ ଧିରେ ଭୂ-ପୃଷ୍ଠକୁ ଖସିଥିଲା ।
ନଭେମ୍ବର ୧୫ ବିଳମ୍ବିତ ରାତି ପ୍ରାୟ ୩ଟାରେ ଏହା ଆମେରିକା ଉପକୂଳରୁ ଦୂର ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିଛି । ଏହାକୁ ଉତ୍ତର ଆମେରିକାର ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ ଟ୍ରାକ୍ କରୁଥିଲା । ଟ୍ରାକ୍ ପରେ ଇସ୍ରୋ ସହ କଥା ହୋଇ ମହାକାଶରୁ ଖସୁଥିବା ବସ୍ତୁକୁ ଚିହ୍ନଟ କରାଯାଇଥିଲା ।
ଚୀନର କୋଇଲା କମ୍ପାନୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ, ୫୧ରୁ ଅଧିକ ଆହତ
ତେବେ ଇସ୍ରୋ ପୂର୍ବରୁ ହିଁ ସୂଚନା ଦେଇଥିଲା ରକେଟର ଉକ୍ତ ଅଂଶ ପ୍ରାୟ ୧୨୪ ଦିନ ପରେ ଖସିବ । ଏଲଭିଏମ୍-୩ ଏମ୍୪ ରକେଟର ଉକ୍ତ ଅଂଶ ପ୍ରାୟ ସମାନ ଦିନରେ ଖସିଛି । ତେବେ ପୃଥିବୀ ପୃଷ୍ଠରେ ଖସିବା ପୂର୍ବରୁ କ୍ରାୟୋଜେନିକ୍ ଅପର୍ ଷ୍ଟେଜ୍ ଦ୍ୱାରା କେହି ଯେଭଳି କ୍ଷତିଗ୍ରସ୍ତ ନ ହେବେ ସେଥିପାଇଁ ମହାକାଶରେ ଏହାର ପ୍ୟାସିଭେସନ୍ କରାଯାଇଥିଲା । ଅର୍ଥାତ୍ ଫ୍ୟୁଏଲକୁ କଢ଼ା ଯାଇଥିଲା ।
ଜାତିସଂଘ ଓ ଆଇଏଡିଏସିର ନିୟମ ଅନୁସାରେ, ଯଦି କୌଣସି ରକେଟର ଅଂଶ ଅନ୍ତରୀକ୍ଷରେ ଘୁରି ବୁଲେ । ତାହେଲେ ଉତକ୍ଷେପଣର କିଛି ସମୟ ପରେ ସେଥିରେ ବଳକା ରହିଥିବା ତୈଳକୁ କାଢ଼ି ନିଆଯିବ । ଫଳରେ ତାହା ପୃଥିବୀ ପୃଷ୍ଠକୁ ଖସି କେଉଁଠି ମାଡ଼ ହେଲେ ଅଘଟଣ ଘଟିବ ନାହିଁ ।
ସିରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଆରେଷ୍ଟ ୱାରେଣ୍ଟ ଜାରି କଲା ଫ୍ରାନ୍ସ, ଜାଣନ୍ତୁ କାହିଁକି ?
ଚନ୍ଦ୍ରଯାନ-୩ କ୍ରାୟୋଜେନିକ୍ ଅପର୍ ଷ୍ଟେଜର ବ୍ୟାସାର୍ଦ୍ଧ ୧୩ ଫୁଟ୍ ରହିଥିବା ବେଳେ ଲମ୍ବା ୪୪ ଫୁଟ୍ ଥିଲା । ଯେଉଁଥିରେ ୨୮ ମେଟ୍ରିକ୍ ଟନ୍ ଇନ୍ଧନ ଭରା ଯାଇଥିଲା । ଯାହାକୁ ବୈଜ୍ଞାନିକ ଭାଷାରେ ସି୨୫ କୁହାଯାଏ । ଚନ୍ଦ୍ରଯାନ-୩ ଉତକ୍ଷେପଣ ସମୟରେ ଏହାକୁ ପରିବେଶ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଇଥିଲା । ଯେଭଳି ପ୍ରଦୂଷଣ କମ୍ ହେବ । ଏଥିସହ ନିର୍ମାଣ ବେଳେ ଉପାଦନ ବଦଳାଇ ଏହାକୁ ହାଲୁକା କରାଯାଇଥିଲା ।