ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ ଚିଠି ଆୟି ହୈ ' ଗୀତକୁ ଗାଇବାକୁ ମନା କରି ଦେଇଥିଲେ ପଙ୍କଜ ଉଧାସ , ଜାଣନ୍ତୁ ଏହି ରୋଚକ କଥା

ମୁମ୍ୱାଇ : ରେଡିଓରେ ଫୌଜି ଭାଇଙ୍କ ପାଇଁ ଯେବେ ଚିଠି ଆଇ ହୈ ଗୀତ ବାଜିଲା ତ ବୋଧହୁଏ ଏମିତି କେହି ନଥିବେ , ଯାହାଙ୍କ ଆଖି ଓଦା ହୋଇ ନଥିବ। ଏବେ ଏହି ଗୀତକୁ ଗାଇଥିବା ପଙ୍କଜ ଉଧାସ ଲୋକଙ୍କୁ କନ୍ଦାଇ ଦୁନିଆକୁ ଅଲବିଦା କହି ଦେଲେ। ସେ ଯେବେ ଏହି ଗୀତ ଗାଇଥିଲେ ରାଜ କପୁର ମଧ୍ୟ ଏହାକୁ ଶୁଣି କାନ୍ଦି ପକାଇ ଥିଲେ। ସେ ପଙ୍କଜଙ୍କୁ କହିଥିଲେ ଏହି ଗୀତକୁ ଗାଇ ପଙ୍କଜ ଅମର ହୋଇ ଗଲେ। ଏହି ଗୀତର ରେକର୍ଡିଂର ରୋଚକପୂର୍ଣ୍ଣ କଥା ନିଜେ ଗାୟକ ପଙ୍କଜ ଅନେକ ଥର କହି ସାରିଛନ୍ତି। 

ଆଉ ନାହାନ୍ତି ଗଜଲ ଗାୟକ ପଙ୍କଜ ଉଧାସ, ୭୨ ବର୍ଷ ବୟସରେ ପ୍ରସିଦ୍ଧ ସିଙ୍ଗରଙ୍କ ପରଲୋକ

ପଙ୍କଜ ଉଧାସ ଏବେ ଏହି ଦୁନିଆରେ ନାହାନ୍ତି , କିନ୍ତୁ ସେ ଗାଇଥିବା ଗୀତ ଓ ଗଜଲ ସବୁଦିନ ଆମର କାନରେ ଗୁଞ୍ଜରିତ ହେଉଥିବ। ଚିଠି ଆୟି ହୈ , ନ କଜରେ କି ଧାର୍‌ ଓ ଆହିସ୍ତା କିଜିଏ ବାତେଁ …ଭଳି ଅନେକ ଗୀତ ଲୋକଙ୍କର ମନେପଡ଼ୁଛି। ଚିଠି ଆୟି ହୈ ତାଙ୍କର ଆଇକନିକ୍‌ ଗୀତ ଥିଲା , ଯାହାକି ତାଙ୍କୁ ଘରେ ଘରେ ପରିଚିତ କରାଇ ଥିଲା। ଲଲ୍ଲନ ଟପ୍‌ ସହ କଥାବାର୍ତ୍ତା ବେଳେ ପଙ୍କଜ ଏହି ଗୀତ ସହ ଜଡ଼ିତ ଅନେକ କଥା ସେୟାର କରି ଥିଲେ। ସେ କହି ଥିଲେ , ରାଜ କପୁର ଫ୍ଲାଇଟ୍‌ରେ ଭେଟ ହେଲେ ଆଉ କହିଲେ, ପଙ୍କଜ ଉଧାସ ଅମର ହୋଇ ଗଲେ …। 

ସେହି ସମୟରେ ନାମ୍‌ ଫିଲ୍ମ ରିଲିଜ୍ ହୋଇ ନଥିଲା। ପଙ୍କଜ ବୁଝି ପାରିଲେ ନାହିଁ ରାଜ କପୁର ଏମିତି କାହିଁକି କହିଲେ। ଏହାକୁ ନେଇ ରାଜ କପୁର କହିଲେ, ଚିଠି ଆସିଛି। ପଙ୍କଜ କହିଲେ – ମୋତେ ଜାଣି ଆଶ୍ଚର୍ଯ୍ୟ ଲାଗିଲା କି ଗୀତ ତ ଏବେ ରେକର୍ଡ କରିଛି। ରାଜ ସାହେବଙ୍କୁ କେମିତି ଜଣାପଡ଼ିଲା। ପଙ୍କଜ ପୁଣି କହିଲେ କି, ରାଜ କପୁର ଓ ରାଜେନ୍ଦ୍ର କୁମାର ( ନାମ୍‌ର ପ୍ରଡ୍ୟୁସର) ଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଥିଲା । ଗୀତିଟି ପଙ୍କଜଙ୍କ ଉପରେ ଦୃଶାୟନ (ପିକଚରାଇଜ) କରାଯାଇ ଥିଲା। ରାଜେନ୍ଦ୍ର କୁମାରଙ୍କ ଘରେ ଥିଏଟର ଥିଲା । ସେ ରାଜ କପୁରଙ୍କୁ ଡାକି ଗୀତ ଦେଖାଇ ଥିଲେ ।  ପଙ୍କଜ କହିଥିଲେ , ରାଜ ସାହେବ କାନ୍ଦିବାକୁ ଲାଗିଲେ କି ଅନେକ ବର୍ଷ ପରେ ପ୍ରଥମ ଥର ଏମିତି ଗୀତ ଶୁଣି ଥିଲି। 

ପଙ୍କଜ ଚିଠି ଆୟି ହୈ ସହ ସଂପର୍କିତ ଆଉ ଏକ କାହାଣୀ କହିଥିଲେ। ଗୀତର ସଙ୍ଗୀତକାର ଲକ୍ଷ୍ମୀକାନ୍ତ , ପ୍ୟାରେ ଲାଲ୍ ଥିଲେ। ଗୀତର ରେକର୍ଡିଂ ଦିନ ପଙ୍କଜ କେଉଁଠାରୁ  କନସର୍ଟ କରି ଆସିଥିଲେ। ଟିକେ କ୍ଲାନ୍ତ ହୋଇ ଯାଇ ଥିଲେ। ସନ୍ଧ୍ୟାକୁ ସେହି ଗୀତର ରେକର୍ଡିଂ ଥିଲେ। 

ଚିଠି ଆୟି ହୈ ନାମ୍‌ ଫିଲ୍ମର ଗୀତ ଥିଲା। ଏଥିରେ ସଞ୍ଜୟ ଦତ୍ତ ହିରୋ ଭୂମିକାରେ ଥିଲେ । ପଙ୍କଜ ଉଧାସ, ଏକ ସାକ୍ଷାତକାରରେ କହିଥିଲେ ଏହି ଗୀତକୁ ଗାଇବା ପୂର୍ବରୁ ରାଜେନ୍ଦ୍ର କୁମାରଙ୍କ ସହ ତାଙ୍କ ମିସଅଣ୍ଡରଷ୍ଟାଣ୍ଡିଂ ହୋଇ ଯାଇଥିଲା। ପଙ୍କଜ ଏହି ଗୀତ ଗାଇବାକୁ ମନା କରି ଦେଇ ଥିଲେ। ଫିଲ୍ମର ଷ୍ଟୋରୀ ସଲିମ୍‌ ଖାନ ଲେଖି ଥିଲେ। ମହେଶ ଭଟ୍ଟ ଡାଇରେକ୍ଟ କରିଥିଲେ ଏବଂ ରାଜେନ୍ଦ୍ର କୁମାର ପ୍ରଡ୍ୟୁସର ଥିଲେ।

ସମସ୍ତେ କହିଲେ କି ଏହି ଗୀତକୁ କୌଣସି ରିୟଲ ଲାଇଫ୍‌ ସିଙ୍ଗରକୁ ଷ୍ଟେଜ୍‌ରେ ଗାଇବା ଉଚିତ ନା ହିରୋକୁ। ଫିଲ୍ମରେ କନସର୍ଟର ସିନ୍‌ ଥିଲା ତ ଗୀତ ସିଙ୍ଗରକୁ ହିଁ ଗାଇବାର ଥିଲା। 

ଯେବେ ପଙ୍କଜଙ୍କୁ ଆପ୍ରୋଚ କରାଗଲା ତ ପ୍ରଡ୍ୟୁସର ପୂରା କାହାଣୀ କହି ନଥିଲେ , କେବଳ କହିଥିଲେ ଫିଲ୍ମରେ ଦେଖାଇବାର ଅଛି। ପଙ୍କଜ ଏହି କଥାରେ ଡ଼ରି ଗଲେ । ରାଜେନ୍ଦ୍ର କୁମାର କହିଥିଲେ କି ଫିଲ୍ମରେ ତାଙ୍କ ପୁଅ କୁମାର ଗୌରବ , ସଞ୍ଜୟ ଦତ୍ତ ଓ ତାଙ୍କୁ ମଧ୍ୟ ଦେଖାଇବାର ଅଛି। ପଙ୍କଜ କହିଲେ ମୁଁ ଡ଼ରିଗଲି , କାରଣ ମୁଁ ଫିଲ୍ମରେ ଆକ୍ଟିଂ କରିବାକୁ ଚାହୁଁ ନଥିଲି। ପଙ୍କଜ ରାଜେନ୍ଦ୍ର କୁମାରଙ୍କୁ କହିଲେ ସେ ଖୁବ ଶୀଘ୍ର ଜବାବ ଦେବେ ଏବଂ ସେ ପ୍ରତି ଜବାବ ଦେଲେ ନାହିଁ। ଏହି କଥାରେ ସେ ଅସନ୍ତୋଷ ହୋଇଥିଲେ। 

ଏହାପରେ ସେ ପଙ୍କଜଙ୍କ ବଡ଼ ଭାଇ ମନୋଜଙ୍କୁ ଫୋନ କରି ତାଙ୍କ ଭାଇ କହିଲେ କି, ତୁମ ଭାଇର ମ୍ୟାନର ନାହିଁ । ଏହାପରେ ପଙ୍କଜ ରାଜେନ୍ଦ୍ର କୁମାରଙ୍କୁ ଫୋନ କରି କ୍ଷମା ମାଗିଲେ ଏବଂ କହିଲେ କି ସେ ଆକ୍ଟିଂ କରିବାକୁ ଚାହାନ୍ତି ନାହିଁ ଏହାକୁ ନେଇ ରାଜେନ୍ଦ୍ର କହିଲେ , ତୁମକୁ ଆକ୍ଟିଂ କରିବାକୁ କିଏ କହୁଛି ?  ତୁମକୁ ପଙ୍କଜ ଉଧାସ ଭାବେ ଫିଲ୍ମରେ ଆସିବାର ଅଛି। ଏହାପରେ କଥା ପକ୍କା ହୋଇଗଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.