ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ବିବାଦ ତୁଟାଇବାକୁ ଥାନାକୁ ଯାଇଥିଲେ, ଯୁକ୍ତିତର୍କ ପରେ ସିନ୍ଦେ ଗୋଷ୍ଠୀର ଶିବସେନା ନେତାଙ୍କୁ ଗୁଳି କଲେ ବିଜେପି ବିଧାୟକ

ମୁମ୍ବାଇ, ୦୩/୦୨: ଜମି ବିବାଦକୁ ନେଇ ସିନ୍ଦେ ଗୋଷ୍ଠୀର ନେତାଙ୍କୁ ଗୁଳି କରିଛନ୍ତି ବିଜେପି ବିଧାୟକ । ତାହା ପୁଣି ଖୋଦ୍ ପୋଲିସ ଥାନାରେ । ମହାରାଷ୍ଟ୍ରର ଉହ୍ଲାସନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସିନ୍ଦେ ଗୋଷ୍ଠୀର ଶିବସେନା ନେତା ମହେଶ ଗାଏକୱାଡ଼ଙ୍କୁ ଗୁଳି କରିଛନ୍ତି ବିଜେପି ବିଧାୟକ ଗଣେଶ ଗାଏକୱାଡ଼ ।

ହିଲ୍ ଲାଇନ୍ ପୁଲିସ ଥାନାର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଚ୍ୟାମ୍ବରରେ ଗୁଳିମାଡ଼ କରିଛନ୍ତି ବିଜେପି ବିଧାୟକ ଗଣେଶ । ମହେଶ ଓ ଗଣେଶ ସେମାନଙ୍କ ସମର୍ଥକ ସହ ଥାନାରେ ପହଞ୍ଚିଥିଲେ । ଦୀର୍ଘ ଦିନରୁ ଲାଗି ରହିଥିବା ଜମି ବିବାଦକୁ ଥାନାକୁ ଯାଇଥିବା ବେଳେ ହୋଇଥିଲା ଯୁକ୍ତିତର୍କ । ଗୁଳିମାଡ଼ କରିଥିବା ବିଜେପି ବିଧାୟକ ଗଣେଶ ଗାଏକୱାଡ଼ଙ୍କୁ ପୁଲିସ ଗିରଫ କରି ନେଇଛି ।

ସୂଚନା ଅନୁସାରେ, ସିନ୍ଦେ ଗୋଷ୍ଠୀର ଶିବସେନା ନେତା ମହେଶ ଗାଏକୱାଡ଼ ଓ ବିଜେପି ବିଧାୟକ ଗଣେଶ ଗାଏକୱାଡ଼ଙ୍କ ମଧ୍ୟରେ ଜମିକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଶୁକ୍ରବାର ଉଭୟ ନେତା ସମର୍ଥକଙ୍କ ସହ ଥାନାକୁ ଯାଇଥିବା ବେଳେ ବିଜେପି ବିଧାୟକ ଗଣେଶ ଗୁଳି ଚଳାଇଥିଲେ ।

ଗଣେଶଙ୍କ ଗୁଳିମାଡ଼ରେ ସିନ୍ଦେ ଗୋଷ୍ଠୀର ଶିବସେନା ନେତା ମହେଶଙ୍କ ସହ ସମର୍ଥକ ରାହୁଲ୍ ପାଟିଲ୍ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆ ଯାଇଥିଲା । ଅବସ୍ଥା ଗମ୍ଭୀର ଥିବାରୁ ଥାନେ ସ୍ଥାନାନ୍ତରିତ କରାଯାଇଛି । ମହେଶଙ୍କ ଦେହରେ ପ୍ରାୟ ୪ ରାଉଣ୍ଡ ଗୁଳି ବାଜିଥିବା କୁହା ଯାଉଛି ।

ମାମଲାରେ ପୁଲିସ ବିଜେପି ବିଧାୟକ ଗଣେଶ ଗାଏକୱାଡ଼ଙ୍କ ସହ ଅନ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାର ଯାଞ୍ଚ ଲାଗି ଗଠନ କରାଯାଇଛି ଏସ୍ଆଇଟି । ଗୁଳିମାଡ଼ କରିଥିବା ବିଜେପି ବିଧାୟକ ଗଣେଶ କହିଛନ୍ତି, ମୋର କୌଣସି ଅବଶୋଷ ନାହିଁ । ଥାନା ଭିତରେ ପୋଲିସ ସାମ୍ନାରେ ମୋ ପୁଅକୁ ମରା ଯାଉଛି, ତ ମୁଁ କଣ କରିବି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.