ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

‘ମୋ କଲେଜ’କୁ ସମ୍ମାନଜନକ ‘ସ୍କଚ୍‍’ ସମ୍ମାନ, ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ପାଇଁ ମିଳିଛି ସଫଳତା

ଭୁବନେଶ୍ୱର,୧୦ ।୦୨ : ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଶନିବାର ଦେଶର ସମ୍ମାନଜନକ ‘ସ୍କଚ୍‍’ ସମ୍ମାନରେ ଭୂଷିତ ହୋଇଛି । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି । ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ୍‍ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ୱତନ୍ତ୍ର ଯୋଜନା ଲାଗୁ ନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି । ଏନେଇ ନୂଆଦିଲ୍ଲୀ ସ୍ଥିତ ‘କନଷ୍ଟିଚ୍ୟୁସନ୍‍ କ୍ଲବ ଅଫ୍‍ ଇଣ୍ଡିଆ’ ଠାରେ ଆୟୋଜିତ ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦା ସନାୟକ ଉପସ୍ଥିତ ରହି ସମ୍ପୃକ୍ତ ସମ୍ମାନ ଗ୍ରହଣ କରିଛନ୍ତି।ଅଗ୍ରଣୀ ‘ଏକ୍ସେଲେନ୍ସ ପାଭିଲିୟନ’ ବର୍ଗରେ ‘ମୋ କଲେଜ’କୁ ଏହି ସ୍କଚ୍‍ ସମ୍ମାନ ମିଳିଛି । ପିଆର ଭୋଟିଙ୍ଗ୍‍, ଅନଲାଇନ ଭୋଟିଙ୍ଗ୍‍ ଏବଂ ଖଣ୍ଡପୀଠ ମୂଲ୍ୟାୟନ ପ୍ରକ୍ରିୟାରେ ଶ୍ରେଷ୍ଠ ବିବେଚିତ ହୋଇ ସମ୍ପୃକ୍ତ ସମ୍ମାନ ନେଇ ସଂଗଠନ ଚୟନ ହୋଇଥିଲା। 

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଅଭିଯାନ ସ୍ୱରୂପ ୨୦୨୧ରେ ‘ମୋ କଲେଜ’ ଆରମ୍ଭ ହୋଇଥିଲା । ପରେ ରାଜ୍ୟର ସମୁଦାୟ ୮୫୦ ଗୋଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ପଲିଟେକନିକ୍‍, ଇଞ୍ଜିନିୟରିଂ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏହି ସଂଗଠନ ସହ ଅନୁବନ୍ଧିତ ହୋଇଥିଲା । ପରେଶିକ୍ଷାନୁଷ୍ଠାନ ସବୁର ବିକାଶ ନେଇ ସମୁଦାୟ ୯୭ ଗୋଟି ପ୍ରକଳ୍ପ ହାତକୁ ନେଇଥିଲା । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୭ କୋଟି ବ୍ୟୟରେ ୬୧ଟି ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି । ଏହାଛଡ଼ା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସବୁର ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା ନେଇ ଏକ ବିଶାଳ ଅଭିଯାନ ହାତକୁ ନେବା ସହ ଆଲୁମିନି ସେଲ୍‍ ଗଢ଼ିଛି । ଏଥିସହ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ ସହ ଆତ୍ମନିଯୁକ୍ତି ତାଲିମ୍‍ ମଧ୍ୟ ଯୋଗାଉଛି । ତେବେ ଶିକ୍ଷାନୁଷ୍ଠାନ ରୂପାନ୍ତରଣ କ୍ଷେତ୍ରରେ ସଂଗଠନର ସଫଳ ଉଦ୍ୟମକୁ ବିଚାର କରି ‘ମୋ କଲେଜ’କୁ ଏହି ସମ୍ମାନଜନକ ଆୱାର୍ଡ଼ ମିଳିଛି ।

‘ସ୍କଚ୍‍’ ହେଉଛି କୌଣସି ସ୍ୱାଧୀନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସର୍ବୋତ୍ତମ ସମ୍ମାନ । ଯାହା ଦେଶ ହିତ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ,ସଂସ୍ଥା ଏବଂ ଯୋଜନାକୁ ନିୟମିତ ବ୍ୟବଧାନରେ ସମ୍ମାନିତ କରିଥାଏ । ତେବେ ଚଳିତ ଥର ଦେଶରେ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମୁଦାୟ ଏକ ହଜାର ସଂସ୍ଥା ଓ ଯୋଜନା ଏହି ଆୱାର୍ଡ଼ ନେଇ ଆବେଦନ କରିଥିଲେ । ଓଡ଼ିଶା ସରକାରଙ୍କ ଏକ ଶ୍ରେଷ୍ଠ ସଂଗଠନ ଭାବେ ‘ମୋ କଲେଜ’ ସମ୍ପୃକ୍ତ ସମ୍ମାନ ନେଇ ଯୋଗ୍ୟ ବିବେଚିତ ହୋଇପାରିଛି । ତେବେ ଶିକ୍ଷାନୁଷ୍ଠାନଗୁଡିକୁ ଅଧିକ କ୍ରୀୟାଶୀଳ ଓ ବିକଶିତ କରିବା ନେଇ ଯୋଜନା କାର୍ଯ୍ୟକାରୀ ଠାରୁ ଏଯାବତ୍‍ ଆମର ଶ୍ରେଷ୍ଠ ଉଦ୍ୟମ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଆଗକୁ ଅହୁରି ଅଧିକ ବେଗରେ କାର୍ଯ୍ୟ କରିବ । ଅପରପକ୍ଷେ ସମ୍ପୃକ୍ତ ‘ସ୍କଚ୍‍ ସମ୍ମାନ’ ଏହି ଅଭିଯାନକୁ ଆଗକୁ ବଢ଼ିବାରେ ଅଧିକ ପ୍ରେରଣା ଯୋଗାଇବ ବୋଲି ପୁରସ୍କାର ଗ୍ରହଣ ପରିପେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ଦାସନାୟକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.