ବାରଙ୍ଗ, ୦୩/୧୧ : ହୁତୁହୁତୁ ହୋଇ ଜଳିଗଲା କାର୍। ଭିଏସଏସ୍ ନଗର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ କାର୍ ହୁତୁହୁତୁ ହୋଇ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ହେଲେ ସେତବେଳେକୁ କାର୍ଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଗାଡ଼ିରେ ନିଆଁ କେମିତି ଓ କାହିଁକି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।