ଭୁବନେଶ୍ୱର, ୧୮।୧୧ : ଓଡ଼ିଶାରେ ପଡିଲାନି ବାତ୍ୟା ପ୍ରଭାବ । ବାତ୍ୟା ଦୁର୍ବଳ ହୋଇ ମଣିପୁର ଅଞ୍ଚଳରେ ଲଘୁଚାପରେ ପରିଣତ ହୋଇଛି। ଯାହାଫଳରେ ରାଜ୍ୟରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବ। ସେପଟେ ପଶ୍ଚିମବଙ୍ଗ ପଟୁ ଆସୁଥିବା ପୂର୍ବ ତରଙ୍ଗ ଫଳରେ ରାଜ୍ୟରେ ଶୀତ ମାତ୍ରାକୁ ରୋକୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।
ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ପଶ୍ଚିମା-ଝଡ଼ ଏବଂ ପୂର୍ବ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟର ୨୦ ଏବଂ ୨୧ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛିl ୨୦ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର , କନ୍ଧମାଳ, ଗଞ୍ଜାମ, ଗଜପତି , ପୁରୀ , ବାଲେଶ୍ଵର, କେଉଁଝର ଓ ସୁନ୍ଦରଗଡ଼ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ସମ୍ଭାବନା ରହିଛି l ସେହିପରି ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଭାଗରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛିl
ବର୍ତ୍ତମାନ ଯେହେତୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟରେ ପ୍ରବେଶ ସମ୍ଭାବନା ରହିଛି l ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତୀ ସମୟରେ ରାତ୍ରି ତାପମାତ୍ରାରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହିଛି l ୨୧ ତାରିଖ ପରେ ତାପମାତ୍ରା ସ୍ଵାଭାବିକ ହେବ l