ବାରିପଦା ,୮।୨ ଶିମିଳିପାଳ ଅଭୟାରଣ୍ୟରେ ଏକ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ କୋର୍ ଏରିଆ ରେ ବାଘର ମୃତଦେହକୁ ବନ କର୍ମଚାରୀମାନେ ଠାବ କରିଛନ୍ତି। ଗତ ୫ ତାରିଖ ରୁ ବାଘଟିର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ l ବାଘଟିର ବୟସ ୪ରୁ ୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି l ତେବେ ଶବ ବ୍ୟବଚ୍ଛେଦ ପରେ ବାଘ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...