ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଳା ବାଘ ବଂଶ ରୋକିବାକୁ ଆମଦାନୀ ହେବେ ବାଘୁଣୀ; ଏଣିକି ପ୍ରତିବର୍ଷ ବାଘଗଣନା, ନଜର ରଖିବ ଟ୍ରାପ୍‌ କ୍ୟାମେରା

ଭୁବନେଶ୍ୱର, ୨୮।୨: ରାଜ୍ୟରେ ଇନ୍‌ ବ୍ରିଡିଂ ବା ସମବଂଶୀଙ୍କ ମଧ୍ୟରେ ମେଟିଂ ଫଳରେ ଜିନ୍‌ଗତ ସମସ୍ୟାରୁ କଳା ବାଘ ବଂଶ ବଢ଼ୁଛି । ଶିମିଳିପାଳରେ ଏବେ କଳା ବାଘ ସଂଖ୍ୟା ୧୩ । ୧୦ ବର୍ଷ ତଳେ ଏମାନଙ୍କ ସଂଖ୍ୟା ୧୫ ପ୍ରତିଶତରେ ସୀମିତ ଥିବା ବେଳେ ଏବେ ୪୦ ପ୍ରତିଶତକୁ ବଢ଼ିଲାଣି । ଯାହାକି ଚିନ୍ତାର ବିଷୟ । କଳା ବାଘ ବଂଶ ବିସ୍ତାର କମାଇବାକୁ ଅନ୍ୟ ରାଜ୍ୟର ବାଘୁଣୀଙ୍କୁ ଶିମିଳିପାଳରେ ଛଡ଼ାଯିବ । ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଓ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଡବ୍ଲୁଆଇଆଇ) ସହ ଯୋଗାଯୋଗ କରାଯାଇଛି । ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି । 

ବାଘ ଗଣନା ରିପୋର୍ଟ ନେଇ ପ୍ରକୃତି ଭବନରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଥିଲେ, ରୋଗପ୍ରତିରୋଧକ ଶକ୍ତି କମ୍‌ ରହୁଥିବା କଳାବାଘର ବଢ଼ିଲେ, ବାଘବଂଶ ଲୋପ ପାଇବାର ଆଶଙ୍କା ଉପୁଜିଲାଣି । କଳାବାଘର ଜେନେଟିକ୍‌ ଡାଇଭର୍‌ସିଟି ବଢ଼ାଇବାକୁ ବାହାର ରାଜ୍ୟରୁ ବାଘୁଣୀ ଆଣିବାକୁ ଏନ୍‌ଟିସିଏକୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟରେ ମହାବଳ ସଂଖ୍ୟା ୫୦ ପ୍ରତିଶତ ବଢ଼ିଛି । ଯାହାକି ଖୁସିର କଥା । ଓଡ଼ିଶାରେ ଏଣିକି ପ୍ରତିବର୍ଷ ବାଘ ଗଣନା ହେବ । ଟ୍ରାପ କ୍ୟାମେରା ଜରିଆରେ ବର୍ଷସାରା ମହାବଳ ବାଘଙ୍କ ଗତିବିଧି ଓ ସ୍ଥିତି ଉପରେ ନଜର ରହିବ । ସେହିପରି ଶିମିଳିପାଳରେ ବାଘ ସଂଖ୍ୟା ବଢୁଛି । ଏଣିକି ନୂଆ ଟେରିଟୋରିରେ ବାଘଙ୍କ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଚେଷ୍ଟା ଚାଲିଛି । ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡ଼ିହାକୁ ମିଶାଇ ଗ୍ରେଟର ଶିମିଳିପାଳ ବାଘ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଛି । ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଗୋଟିଏ ବି ମହାବଳ ବାଘ ନାହାନ୍ତି । ଏନେଇ ଶ୍ରୀ ନନ୍ଦ କହିଥିଲେ, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । 

ବର୍ତ୍ତମାନ ସୁଦ୍ଧା ସାତକୋଶିଆରେ ୫ଟି ଗାଁ ବିସ୍ଥାପିତ ହୋଇଛି । ଅଭୟାରଣ୍ୟ ଭିତରେ ଏବେ ବି ଜନବସତି ରହିଛି । ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ ନ କରିବା ଯାଏ ବାଘ ବାଘ ଛଡ଼ାଯାଇ ପାରିବନି । ଏନ୍‌ଟିସିଏ, ଡବ୍ଲୁଆଇଆଇ ପକ୍ଷରୁ ଏକ କମିଟି ଗଢ଼ାଯାଇଛି । କମିଟି ପକ୍ଷରୁ ସ୍ଥିତି ପରଖିବା ପରେ ବାଘ ଛାଡ଼ିବା ଯୋଜନା କରାଯିବ । କେନ୍ଦ୍ର ସରକାରଙ୍କ ବ୍ୟାଘ୍ର ଗଣନା କ୍ୟାମେରା ଟ୍ରାପ୍‌ ଜରିଆରେ ୨୦୨୧-୨୦୨୨ ମସିହାରେ ହୋଇଥିଲା । ସେତେବେଳେ ରାଜ୍ୟରେ ବାଘ ସଂଖ୍ୟା ୨୦ ଥିଲା । ଏନ୍‌ଟିସିଏ ପ୍ରତି ୨ ବର୍ଷରେ ଥରେ ବାଘ ଗଣନା କରୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କ୍ୟାମେରା ଟ୍ରାପ୍‌ ଯୋଗେ ୨୦୨୩ ଅକ୍ଟୋବରରୁ ବାଘ ଗଣନା ଚାଲିଥିଲା । ଯାହାର ରିପୋର୍ଟ ଗତକାଲି ପ୍ରକାଶ ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ତାଳମେଳର ଅଭାବ ନାହିଁ । ସୁନାବେଡ଼ାରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନ୍‌ଟିସିଏ ପକ୍ଷରୁ ବହୁତ ଦିନ ପୂର୍ବରୁ ଅନୁମତି ପାଇଛି । ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ସୋମବାର ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ପ୍ରକାଶ ପାଇଥିଲା । ଶିମିଳିପାଳରେ ୧୧ଟି ମହାବଳ ଓ ୧୩ଟି କଳାବାଘ ଅଛନ୍ତି । କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦରେ ଗୋଟିଏ ଲେଖାଏଁ ଅଣ୍ଡିରା ବାଘ ଥିବା ବାଘ ଗଣନାରୁ ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.