ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପରିବର୍ତ୍ତିତ ସମୟ ସହ UNSC ଢାଞ୍ଚାରେ ସୁଧାର ହେବା ଦରକାର: ଜାତିସଂଘ ମୁଖ୍ୟ

Image Courtesy: amarujala

ନୂଆଦିଲ୍ଲୀ, ୧୯/୦୯: ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ ସମୟର ପରିବର୍ତ୍ତନ ଅନୁସାରେ ଏହାର ସୁଧାର କରିବା ଦରକାର ବୋଲି କହିଛନ୍ତି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରସ୍‌ । ମଙ୍ଗଳବାର ଗୁଟେରସ କହିଛନ୍ତି ଯେ, ୧୫ ସଦସ୍ୟତା ବିଶିଷ୍ଟ ଏହି ସଂଗଠନ(ୟୁଏନଏସସି) ରାଜନୈତିକ ଏବଂ ଆର୍ଥିକ ପରିସ୍ଥିତିକୁ ନଜରରେ ରଖି ୧୯୪୫ରେ ଆତ୍ମପ୍ରକାଶ କରିଥଲା । କିନ୍ତୁ ଏବେ ଏଭଳି ସମସ୍ୟା ଦୂର କରିବା ପରିବର୍ତ୍ତେ ଏହା ସମସ୍ୟା ହୋଇ ଛିଡ଼ାହେଉଛି । 

ୟୁଏନଜିଏର ୭୮ ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଟେରସ୍‌ ଆହୁରି କହିଛନ୍ତି ଯେ, ଆମ ପୃଥିବୀ ନିର୍ଜନ ହେବାରେ ଲାଗିଛି । ସୀମାକୁ ନେଇ ବିବାଦ ବୃଦ୍ଧିପାଉଛି । ଆମ ପ୍ରତି ଆହ୍ବାନ ବଢ଼ୁଥିବା ବେଳେ ଆମେ ସମସ୍ତେ ଏକାଠି ହେବାକୁ ଅସମର୍ଥ ହେଉଥିବା ମନେ ହେଉଛି । ଜାତିସଂଘ ମୁଖ୍ୟ କହିଛନ୍ତି, ଆମେ ସମସ୍ୟାର ସମାଧାନ ପ୍ରଭାବୀ ଢ଼ଙ୍ଗରେ କରିପାରୁନାହୁଁ । ବିଶ୍ବ ସାମ୍ନାରେ ଯେପର୍ଯ୍ୟନ୍ତ ୟୁଏନଏସି ପ୍ରଭାବଶାଳୀ ଢ଼ଙ୍ଗରେ କୌଣସି ସମସ୍ୟାର ସମାଧାନ କରିନାହିଁ ସେପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ପ୍ରତିଫଳିତ ହେବନାହିଁ ବୋଲି ସେ କହିଛନ୍ତି । 

ଏପରି ସ୍ଥଳେ ସମସ୍ୟାର ସମାଧାନ ପରିବର୍ତ୍ତେ ସମସ୍ୟାର ଭାଗିଦାରୀ ଭଳି ମନେହେଉଛି । ତେଣୁ ଏକବିଂଶ ଶତାବ୍ଦୀରେ ଆର୍ଥିକ ଏବଂ ରାଜନୈତିକ ବାସ୍ତବିକତା ଉପରେ ଆଧାରିତ ସଂସ୍ଥାନଗୁଡ଼ିକର ନବୀନକରଣ ହେବା ଉପରେ ଗୁଟେରସ୍‌ ଜୋର ଦେଇଛନ୍ତି । ଗୁଟେରସ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ତର୍ଜାତୀୟ ଆର୍ଥିକ ଢ଼ାଞ୍ଚାକୁ ପୁଣି ଥରେ ଡିଜାଇନ କରିବାର ଆବଶ୍ୟକତା ରହିଛି । ଫଳରେ ବାସ୍ତବ ସମସ୍ୟାକୁ ବୁଝି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅନ୍ତର୍ଜାତୀୟ ସୁରକ୍ଷା କବଚ ରୂପେ କାମ କରିପାରିବ ।  

You can also read: ବିକ୍ରି ହେବାକୁ ପ୍ରସ୍ତୁତ ‘ସିପ୍ଲା’, କିଣିବାକୁ ଫଣ୍ଡ ଏକାଠି କରୁଛି ଏହି ଫାର୍ମା କମ୍ପାନୀ

UNSC

Copyright © 2022 - Summa Real Media Private Limited. All Rights Reserved.