କିଭ୍, ୦୬/୦୯: ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ରୁଷିଆ । ୟୁକ୍ରେନକୁ ୧ ବିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିବାକୁ କିଭ୍ ଯାଇଥିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ୍ । ଏହା ପରେ ଉତକ୍ଷିପ୍ତ ହୋଇଉଠିଛି ରୁଷିଆ । ପୂର୍ବ ୟୁକ୍ରେନର ଏକ ସହର ଉପରେ ଜୋରଦାର ବୋମାମାଡ କରିଛି ରୁଷୀୟ ସେନା । ଏଥିରେ ୧୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ଉତ୍କଟ ଗନ୍ଧ କରୁଛି ଆବଟ୍ଟ କମ୍ପାନୀର ଡାଇଜିନ୍ ଜେଲ୍, ଡିସିଜିଆଇଙ୍କ ଚେତାବନୀ ପରେ ଔଷଧ ଫେରାଇ ନେବ କମ୍ପାନୀ
ରୁଷରେ ଏହି ଆକ୍ରମଣରେ ସହରର ଦୋକାନ ବଜାର ଧ୍ବଂସ ହୋଇଥିବା ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ ହୋଇଛି । ତେବେ ବ୍ଲିଙ୍କେନ ୟୁକ୍ରେନକୁ ଆମେରିକାର ସମର୍ଥନ ଥିବା ନେଇ ଘୋଷଣା କରିବା ସହ ୟୁକ୍ରେନର ଜବାବୀ ଆକ୍ରମଣ ସଂପର୍କରେ ସମୀକ୍ଷା କରିବାକୁ ଯାଇଥିଲେ । ଏହା ସହ ସାମରିକ ସହାୟତା ରାଶି ଘୋଷଣା କରିବାର ଥିଲା । କିନ୍ତୁ କିଭ୍ରେ ଆମେରିକୀୟ ପ୍ରତିନିଧିଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରି ନାହିଁ ରୁଷ ।
ଏଣ୍ଟୋନି ବ୍ଲିଙ୍କେନ୍ କିଭକୁ ଟ୍ରେନ୍ ମାଧ୍ୟମରେ ଯାତ୍ରା କରିଥିଲେ। ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ବୋଲି ଆଶା କରାଯାଉଥିଲା । ଟ୍ରେନ୍ ଯାତ୍ରା ସମୟରେ ବ୍ଲିଙ୍କେନ୍ ସରକାରୀ ଗସ୍ତରେ ଥିବା ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କୁ ଭେଟି ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲରଙ୍କ ଅନୁଯାୟୀ, ୟୁକ୍ରେନ ପାଇଲଟମାନଙ୍କୁ F-16 ତାଲିମ ଦେବାରେ ନେତୃତ୍ୱ ନେଇଥିବାରୁ ଏବଂ ୟୁକ୍ରେନକୁ ଯୁଦ୍ଧ ବିମାନ ଦେବାକୁ ପ୍ରତିଶ୍ରୁତି ପାଇଁ ବ୍ଲିଙ୍କେନ ଡେନମାର୍କକୁ ଧନ୍ୟବାଦ ଜଣାଇଛନ୍ତି ।
You can also read: ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା ଚଳଚ୍ଚିତ୍ରର ନାଁ