ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଓଡିଶା ପରିବାର ସହାୟତାରେ ଦୁବାଇରେ ଫସିଥିବା ୧୫ ଦାଦନ ଶ୍ରମିକ ଫେରିଲେ ଗାଁକୁ

ଖଲ୍ଲିକୋଟ,୨୮।୮  ଖଲ୍ଲିକୋଟ ଅଞ୍ଚଳ ର ୧୫ ଜଣ ଦାଦନ ଶ୍ରମିକ ଦୁବାଇ ରେ ନିର୍ଯ୍ୟାତନା ର ଶିକାର ହୋଇ ଫସି ରହିଥିବା ବେଳେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେଠାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା ।ଓଡ଼ିଶା ପରିବାର ପକ୍ଷରୁ ଓଏସଡି ପ୍ରୀତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ଦୁବାଇ ରେ ଫସି ରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ କରିଥିଲେ ।ଓଡ଼ିଶା ସରକାରଙ୍କ ଉଦ୍ୟମ କ୍ରମେ ଗତ ୩୧ ତାରିଖରେ ୮ ଜଣ ଶ୍ରମିକ ଓଡ଼ିଶା ଫେରିଥିବା ବେଳେ ଆଜି ଆଉ ୭ ଜଣ ଶ୍ରମିକ ଗାଁ କୁ ଫେରିଛନ୍ତି । ଶ୍ରମିକମାନେ ଦୁବାଇରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ଓଡ଼ିଶା ପରିବାର ପକ୍ଷରୁ ଓ ଏସ ଡି ପ୍ରୀତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।ଏହାପରେ ସେମାନେ ନିଜ ନିଜର ଗାଁ କୁ ଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ବ୍ଲକର ତେନ୍ତୁଳିଆ, କୈଠଡା, ବାକୁଟୁ ଗାଁ, ଲଂଗଳେଶ୍ବର ଓ ଗଞ୍ଜାମ ବ୍ଲକ ପାଲୁରୁ ଗ୍ରାମର ୨୦ ଜଣ ବ୍ୟକ୍ତି ଗତ ୧୦ ମାସ ତଳେ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଲଂଗଳେଶ୍ବର ଓ ବାକୁଟୁ ଗାଁ ର ଦୁଇ ଜଣ ଠିକାଦାର ଜଣ ପିଛା ଏକ ଲକ୍ଷ ଦଶ ହଜାର ଟଙ୍କା ନେଇ ସେମାନଙ୍କୁ ଦୁବାଇ ପଠାଇ ଥିବା ଅଭିଯୋଗ ହୋଇଥିଲା ।ଉକ୍ତ ୨୦ ଜଣ ବ୍ୟକ୍ତି ଙ୍କୁ ମାସିକ ୩୫ ହଜାର ଟଙ୍କା ପାରିଶ୍ରମିକ ମିଳିବାର ପ୍ରତିଶ୍ରୁତି ଦେଇ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ର ଏକ ଘରୋଇ କମ୍ପାନୀକୁ ଠିକାଦାର ପଠେଇ ଥିଲେ ବୋଲି ଅଭିଯୋଗ ହୋଇଥିଲା ।ତେବେ ସେଠାରେ କାମ କରିବା ପରେ କମ୍ପାନୀ ଠିକ ଭାବେ ପାରିଶ୍ରମିକ ଦେଉ ନ ଥିଲା। ୩/୪ ମାସରେ ଗୋଟିଏ ମାସର ଟଙ୍କା ଦେଉଥିଲା। ଅତ୍ୟନ୍ତ ନିମ୍ନ ମାନର ଖାଇବା ଦେଉଥିଲା ।ଟଙ୍କା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଶ୍ରମିକ ମାନେ ଭିଡିଓ ରେ ଅଭିଯୋଗ କରିଥିଲେ ।ସେମାନେ ଗ୍ରାମ କୁ ଫେରିବା କୁ ଚାହିଁଲେ ମଧ୍ୟ ସେମାନଙ୍କୁ କମ୍ପାନୀ ଛାଡୁ ନ ଥିଲା।ତେବେ ୪ ଜଣଙ୍କୁ କମ୍ପାନୀ ଛାଡିବାରୁ ସେମାନେ ଗାଁ କୁ ଫେରି ନିର୍ଯ୍ୟାତନା ବିଷୟରେ ପରିବାର ଲୋକ ଙ୍କୁ ଜଣାଇଥିଲେ ।ସମସ୍ତ ବିଷୟ ଜାଣିବା ପରେ ଉକ୍ତ ଦୁଇ ଠିକାଦାର ଙ୍କୁ ବାନ୍ଧିବା ସହ ଦୁବାଇ ରେ ଫସି ରହିଥିବା ୧୫ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଲୋକେ ଭେଜିପୁଟ ପୋଲିସ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ ।ଅନ୍ୟପକ୍ଷରେ ଆଉ କେବେ ବିଦେଶ ଯିବିନାହିଁ, ଗାଁ ରେ ରହି କାମ କରିବି ବୋଲି ଦୁବାଇ ରେ ନିର୍ଯ୍ୟାତନା ର ଶିକାର ହୋଇ ଗାଁ କୁ ଫେରିଥିବା ଲଂଗଳେଶ୍ବର ର ରିଙ୍କୁ ଦଳେଇ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.