ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ବାତୀ ମାଲିଓ୍ବାଲ ମାମଲା, ଗିରଫ ପରେ କୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କଲେ ବିଭବ କୁମାର

Image Courtesy: abplive

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ କରିବା ଅଭିଯୋଗରେ ବିଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ପରେ ବିଭବ କୁମାରଙ୍କ ପକ୍ଷରୁ ଅଗ୍ରୀମ ଜାମିନ ପାଇଁ ତିସ ହଜାରୀ କୋର୍ଟରେ ଆବେଦନ କରାଯାଇଛି । ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରୁ ବିଭମ କୁମାରଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରି ସିଭିଲ ଲାଇନ୍ସ ଥାନାକୁ ନେଇଛି ପୋଲିସ । 

ବିଭବ କୁମାରଙ୍କୁ ଗିରଫ କରିବା ଲାଗି ପୋଲିସ ଲଗାତାର ତାଙ୍କ ଉପରେ ନଜର ରଖୁଥିଲା । ସେପଟେ ଗଣମାଧ୍ୟମରୁ ତାଙ୍କ ବିରୋଧରେ ମାମଲା ହୋଇଥିବା ନେଇ ଜାଣିବାକୁ ପାଇଥିଲେ ବୋଲି ବିଭବ କୁମାର କହିଛନ୍ତି । ଏହା ପରେ ଇମେଲ୍‌ ମାଧ୍ୟମରେ ସେ ପୋଲିସକୁ ଅଭିଯୋଗ କରିଥିଲେ । ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗକୁ ତର୍ଜମା କରିବାକୁ ସେ ଦିଲ୍ଲୀ ପୋଲିସକୁ ଅନୁରୋଧ କରିଥିଲେ । ଦିଲ୍ଲୀର ମନ୍ତ୍ରୀ ଏବଂ ଆପ ନେତ୍ରୀ ଆତିଶୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାର ଇମେଲ ଜରିଆରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । 

ସେପଟେ ଏହି ମାମଲାରେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ଏମ୍ସରେ ସ୍ବାତୀ ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ହୋଇଛି । ମାଲିଓ୍ବାଲଙ୍କ ବାମ ଗୋଡ ଏବଂ ଡାହାଣ ଆଖିର ତଳଭାଗରେ ଆଘାତ ଲାଗିଥିବା ନେଇ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । ଆପର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ଅନୁଯାୟୀ, ଯେବେ ସେ ମୁଖ୍ୟମନ୍ତ୍ରୀ ବାସଭବନରେ କେଜ୍ରିଓ୍ବାଲ ଭେଟିବାକୁ ଯାଇଥିଲେ ଏହି ସମୟରେ ତାଙ୍କ ପିଏ (ବ୍ୟକ୍ତିଗତ ସହାୟକ) ବିଭବ କୁମାର ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । 

 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.