ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ

ଚାନ୍ଦବାଲି,୨୩/୦୯: ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲାଣି ଝୁଲୁଛି ତାଲା । ବ୍ରହ୍ମଟିକ୍ରି ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀଙ୍କ ଅନୁପସ୍ଥିତି ନେଇ ଅଭିଭାବକ ମହଲରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡା ସେକ୍ଟର ଖଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକ୍ରି ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଦୃଶ୍ୟ ଦଖିବାକୁ ମିଳିଛି । 

ସୂଚନା ମୁତାବକ, ଅଗଷ୍ଟ ୬ ତାରିଖ ଅର୍ଥାତ ମଙ୍ଗଳବାରରେ ଅଙ୍ଗନବାଡ଼ି କର୍ମୀଙ୍କ ଅନୁପସ୍ଥିତ ଥିଲେ । ତାଙ୍କ ଅନୁପସ୍ଥିତିରେ ତାଙ୍କର ସହାୟକ ଭୁଲ୍ ବଶତଃ ଜଣେ ୨୧ ବର୍ଷରୁ କମ୍ ବୟଷର ମହିଳାଙ୍କୁ ସୁଭଦ୍ରା ଫର୍ମ ଦେଇଥିଲେ । ସେହି ମହିଳା ଅଯୋଗ୍ୟ ହିତାଧୀକାରୀ ଜାଣିବା ପରେ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଫର୍ମ ଫେରସ୍ତ ପାଇଁ ମାଗିଥିଲେ। ତେବେ ଏହି ଘଟଣାରୁ ଆରମ୍ଭ  ହୋଇଥିଲା ମହାଭାରତ । ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଅଙ୍ଗନବାଡ଼ି କର୍ମୀ ମାଡ଼ ଖାଇଥିଲେ । ପରେ ବାଂଶଡା ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିଲା । ପୋଲିସ ମଧ୍ୟ ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଜଣକୁ ଗିରଫ କରିଛି ।

କିନ୍ତୁ ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି । ଏଥିରେ କୁନିକୁନି ପିଲାମାନେ କି ଦୋଷ କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢା ତ ଦୂରର କଥା, ଏଯାଏଁ ସେମାନଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟରୁ ମଧ୍ୟ ପିଲାମାନେ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ୧୫ ଦିନ ହେଲା ଅଙ୍ଗନବାଡ଼ିରେ ତାଲା ପଡିଛି କିନ୍ତୁ ପ୍ରଶାସନ ଏହାର କୌଣସି ସମାଧାନ କରିପାରିନାହିଁ । 

ଅନ୍ୟ ପଟେ ଅଙ୍ଗନବାଡ଼ି କର୍ମୀ ମାଡ଼ ଖାଇଥିବା ନେଇ ଦେହ ଅସୁସ୍ଥ ଅଛି ଏବଂ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରି ଛୁଟି ନେଇ ଥିବା କହିଛନ୍ତି ଅଙ୍ଗନବାଡି କର୍ମୀ । ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଅନୁପସ୍ଥିତିରେ ସହାୟକଙ୍କ ଦ୍ଵାରା କେନ୍ଦ୍ର ଚାଲିବ ବୋଲି କର୍ମୀ ଦିପ୍ତିରେଖା ବଳ କହିଛନ୍ତି। ଏହି ପରିପ୍ରେକ୍ଷୀରେ ତୋଟାପଡା ସେକ୍ଟର ସୁପରଭାଇଜର ମନୋରମା ବାରିକ କହିଛନ୍ତି, ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲିବା ଘଟଣା ମୁଁ ଜାଣି ନାହିଁ । କେବଳ କର୍ମୀଙ୍କ ଉପରେ ମାଡ଼ ହୋଇଥିବା ନେଇ ସେ ଛୁଟିରେ ଥିଲେ । ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ଦାୟିତ୍ବ ରହିଛନ୍ତି । ତେବେ ଏହାର ସମାଧାନ ତୁରନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.