ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଅବକାରୀ ଦୁର୍ନୀତି ଲିଙ୍କ୍‌, ଗୋଆର ୩ ଆପ୍‌ ନେତାଙ୍କୁ ଇଡିର ସମନ

Image Courtesy: aajtak

ପାନାଜୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗୋଆର ଆପ୍‌ ନେତା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ରାଡାରକୁ ଆସିଛନ୍ତି । ଏହି ମାମଲାରେ ଗୋଆର ଆପ ମୁଖ୍ୟ ଅମିତ ପାଲେକରଙ୍କ ସମେତ ରାମାରାଓ ଓ୍ବାଘା, ଦତ୍ତପ୍ରସାଦ ନାଇକଙ୍କୁ ଇଡି ସମନ କରିଛି । ଏମାନେ ଗୋଆ ବିଧାନସଭା ନିର୍ବାଚନରେ ବେଶ୍‌ ସକ୍ରିୟ ଥିଲେ । ତେବେ ସାଉଥ ଗ୍ରୁପ୍‌ରୁ ମିଳିଥିବା ଲାଞ୍ଚ ଅର୍ଥ ଗୋଆ ନିର୍ବାଚନରେ ବ୍ୟବହାର ହୋଇଥିଲା ବୋଲି ଇଡି ଅଭିଯୋଗ କରିଛି ।

 ତଦନ୍ତ ରିପୋର୍ଟରେ ଇଡି ଦର୍ଶାଇଛି ଯେ, ଆପ୍‌କୁ ସାଉଥ ଗ୍ରୁପ୍‌ ପାଖରୁ ଲାଞ୍ଚ ଆକାରରେ ୧୦୦ କୋଟି ଟଙ୍କା ମିଳିଥିଲା ।  ସେଥିମଧ୍ୟରୁ ୪୫ କୋଟି ଟଙ୍କା ଗୋଆ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟବହାର ହୋଇଥିଲା । ଗୋଆର ଆପ୍ ନେତାଙ୍କୁ ମାର୍ଚ୍ଚ ୨୮ରେ ହାଜର ହେବାକୁ ନୋଟିସ କରିଛି ଇଡି । 

ମିଳିଥିବା ସୂଚନା ଅନୁସାରେ, ଗୋଆ ନିର୍ବାଚନରେ ଲାଗିଥିବା ୪୫ କୋଟି ଟଙ୍କା ଭିନ୍ନ ଭିନ୍ନ ରୁଟ୍‌ରେ ମିଳିଥଲା । ଗୋଆରେ ଆପ୍‌ ପ୍ରାର୍ଥୀଙ୍କୁ ମଧ୍ୟ ଏହି ଟଙ୍କା ଦିଆଯାଇଥିଲା ବୋଲି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟର ଇଡି ପକ୍ଷର ଓକିଲ ଏସଭି ରାଜୁ କହିଛନ୍ତି । ସେପଟେ ୪ଟି ବାଟ ଦେଇ ଆସିଥିବା ୪୫ କୋଟି ସଂପର୍କରେ ତଥ୍ୟ ଥିବା ନେଇ ଇଡି କହିଛି । ସାଉଥ ଗ୍ରୁପ୍‌ ପାଖରୁ ଟଙ୍କା ପ୍ରଥମେ ଦିଲ୍ଲୀ ଆସିଥିଲା ଏବଂ ପରେ ଗୋଆରେ ପହଞ୍ଚିଥିଲା । ଏହା କେବଳ ୧୦୦ କୋଟିର ମାମଲା ନୁହେଁ ବରଂ ଆହୁରି ଅଧିକ ଟଙ୍କାର ନେଣଦେଣ ହୋଇଛି ବୋଲି ଦାବି କରିଛି ଇଡି । 

 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.