ସମ୍ବଲପୁର, ୧୦।୯ ସମ୍ବଲପୁର ହୀରାକୁଦ ରିକ୍ସାପଡାରେ ଅଘଟଣ | ହୀରାକୁଦ ରିକ୍ସାପଡାରେ ରବିବାର ଗ୍ୟାସ ସିଲିଣ୍ଡର ଫାଟି ଘରର ଆଜବେଷ୍ଟସ ଉଡିଯାଇଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଦୁଇଟି ଘରର ଆଜବେଷ୍ଟସ ଭାଙ୍ଗିଯିବା ସହ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି | ଏହି ଅଘଟଣରେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି |
ସୂଚନା ଅନୁସାରେ ହୀରାକୁଦ ରିକ୍ସାପଡାର ଅନିଲ କୁମ୍ଭାର କୌଣସି କାମରେ ବାହାରକୁ ଯାଇଥିବାବେଳେ ମା’ ରୋଷେଇ ଘରେ ଚା ବସାଇଥିଲେ | ତେବେ ହଠାତ୍ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଥିଲା | ଏଥିରେ ରୋଷେଇ ଘର ଓ ଶୋଇବା ଘର ଆଜବେଷ୍ଟସ ଭାଙ୍ଗିବା ସହ କାନ୍ଥ ଫାଟିଯାଇଛି |
ଆହୁରି ପଢନ୍ତୁ : କୀଟନାଶକ ପିଇ ପୁଅ ମୃତ, ମା’-ଝିଅ ଗୁରୁତର : ୪ ଦିନ ତଳେ ଚାଲି ଯାଇଥିଲା ବାପାର ଜୀବନ