କାଶୀପୁର - ଜିଓ ଟାୱାରରୁ ଚୋରି। କାଶୀପୁର ବ୍ଲକ ଦୁର୍ଗମ ଅଞ୍ଚଳ ସ୍ଥିତ ଶିରିପାଇ ପଞ୍ଚାୟତ ସଦରରେ ଘଟଣାଟି ଘଟିଛି। ଗତକାଲି ରାତିରେ ବ୍ୟାଟେରି ଚୋରି ହୋଇ ଥିବାର କାଶୀପୁର ଥାନାରେ ଅଭିଯୋଗ ହୋଇଛି।
ବ୍ୟାଟେରି ଚୋରି ନେଇ ଶିରିପାଇ ସରପଞ୍ଚ ଇଚ୍ଛାବତୀ ମାଝୀଙ୍କ ସହିତ ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ଜଣା ଯାଇଛି। ସେହିପରି ଗତ କିଛିଦିନ ତଳେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ପୁକେସ ଗ୍ରାମରେ ଥିବା ଜିଓ ଟାୱାରରୁ ଅନୁରୂପ ଭାବେ ବ୍ୟାଟେରି ଚୋରି ହୋଇ ଥିବାର ଅଭିଯୋଗ ହୋଇଥିଲା। ଟାୱାର ସୁରକ୍ଷା ପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।