ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ନିର୍ବାଚନ ରାଲିରେ ହଠାତ୍ ଅଚେତ ହୋଇଗଲେ ବିଆରଏସ ନେତା କେ.କବିତା, ଭିଡିଓ ସେୟାର କରି କହିଲେ...

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (BRS) ନେତା କେ.କବିତା ଆଜି (ଶନିବାର) ତେଲେଙ୍ଗାନାର ଇତିକିଆଲରେ ପ୍ରଚାର କରୁଥିବା ସମୟରେ ହଠାତ ଅଚେତ ହୋଇଯାଇଥିଲେ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପୂର୍ବରୁ ସେ ତାଙ୍କ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରୁଥିଲେ । ଏହି ସମୟରେ ଏଭଳି ଅଘଟଣ ଘଟିଥିଲା । 

ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତା ଏକ ଖୋଲା ଗାଡି ଉପରେ  ମାଇକ୍ରୋଫୋନ୍ ମାଧ୍ୟମରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରୁଥିଲେ । ଆଉ ଏହି ସମୟରେ ସେ ହଠାତ ଅଚେତ ହୋଇପଡିଥିଲେ । ପାଖରେ ଥିବା ସମର୍ଥକ ମାନେ ତାଙ୍କୁ ଧରିନେଇଥିଲେ । ଏହି ଘଟଣା ସମ୍ପର୍କରେ କବିତାଙ୍କ ଟିମ୍ ଏକ ବିବୃତ୍ତି ଜାରି କରିଛି । ଏଥିରେ କୁହାଯାଇଛି ଯେ ଡିହାଇଡ୍ରେସନ୍ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ କିଛି ସମୟ ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । 

ଏହି ଘଟଣାର କିଛି ସମୟ ପରେ କେ.କବିତା ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ଏକ ଘର ଭିତରେ ଏକ ଖଟ ଉପରେ ବସିଥିବାର ନଜର ଆସିଛନ୍ତି । ଭିଡିଓରେ ସେ ଏକ ଛୋଟ ଝିଅ ସହିତ କଥା ହେଉଛନ୍ତି । ଭିଡିଓ ପୋଷ୍ଟ କରି ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏଇ ଛୋଟ ଛୁଆଟି ସହ ମୋର ସାକ୍ଷାତ ହେଲା । ଏହା ପରେ ମୁଁ ଅଧିକ ଶକ୍ତିଶାଳୀ ଅନୁଭବ କରୁଛି । 




ସୂଚନାଯୋଗ୍ୟ ଯେ, ୧୧୯ ଟି ଆସନ ବିଶିଷ୍ଟ ତେଲେଙ୍ଗାନାରେ ନଭେମ୍ବର ୩୦ ରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ ରେ ଭୋଟ୍ ଗଣନା କରାଯିବ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ସେହି ଦିନ ଆସିବ । ଏଥର ତେଲେଙ୍ଗାନାରେ ବିଆରଏସ, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ହେଉଛି । 


 

Copyright © 2022 - Summa Real Media Private Limited. All Rights Reserved.