ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩କୋଟି ନୂଆ ପିଏମ୍‌ ଆବାସକୁ ଅନୁମୋଦନ , କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି

ନୂଆଦିଲ୍ଲୀ – ସରକାର ଗଠନ ପରେ ଆଜି (ସୋମବାର) ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ପିଏମ୍‌ ଆବାସ ଯୋଜନା ଅନୁସାରେ , ୩ କୋଟି ଅତିରିକ୍ତ ଲୋକଙ୍କୁ ନୂଆ ଘର ଦିଆଯିବ। କହି ରଖୁଛୁ କି , ଏବେସୁଦ୍ଧା ୧୦ ବର୍ଷରେ ମୋଦି ସରକାର ୪,୨୧ କୋଟି ଘର ଏହି ଯୋଜନା ଅନୁସାରେ ପ୍ରଦାନ କରିଛନ୍ତି। 

ଉଲ୍ଲେଖନୀୟ ଯେ, ଭାରତ ସରକାର ୨୦୧୫-୧୬ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ କରିଥିଲେ। ଏହି ମୁତାବିକ ଗ୍ରାମୀଣ ଓ ସହରୀ କ୍ଷେତ୍ରରେ ଗରିବଙ୍କୁ ଘର ଦିଆଯାଏ। ଏହି ଅନୁସାରେ , ୪.୨୧ କୋଟି ଘର ତିଆରି କରାଯାଇଛି। ଏହି ସବୁ ଘରେ ଟୟଲେଟ୍‌ , ଏଲପିଜି ସଂଯୋଗ, ବିଦ୍ୟୁତ ସଂଯୋଗ ,ଜଳର ସଂଯୋଗର ସୁବିଧା ଦିଆଯାଏ। 

କହି ରଖୁଛୁ କି , ନରେନ୍ଦ୍ର ମୋଦିଙ୍କର ପିଏମ୍‌ ଭାବେ ୩ୟ କାର୍ଯ୍ୟକାଳ ଆରମ୍ଭ ହୋଇ ଯାଇଛି ଏବଂ ସେ ୭୨ ମନ୍ତ୍ରୀଙ୍କ ସହ ରବିବାର ଶପଥ ନେଇଛନ୍ତି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.