ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଶିମଲାରେ ବଢିଲା ବିବାଦ: ବ୍ୟାରିକେଡ୍ ଭାଙ୍ଗି ମସଜିଦ୍‌ରେ ପହଁଞ୍ଚିଲେ ଲୋକେ, ପୋଲିସ ସହ ସଂଘର୍ଷ

ନୂଆଦିଲ୍ଲୀ,୧୧।୯:  ଶିମଲାର ସଞ୍ଜୋଲିରେ ମସଜିଦ୍‌ର ଅବୈଧ ନିର୍ମାଣ ମାମଲାରେ ହଙ୍ଗାମା। ପ୍ରଦର୍ଶନକାରୀ ବ୍ୟାରିକେଡ୍ ଭାଙ୍ଗି ବିବାଦୀୟ ମସଜିଦ୍‌ ସ୍ଥଳରେ ପହଁଞ୍ଚି ଯାଇଛନ୍ତି। ଭାଙ୍ଗିଥିବା ଟନେଲରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି ଓ ପୋଲିସ ଏହି ସମୟରେ ଲାଠିଚାର୍ଜ ମଧ୍ୟ କରିଛି। ପ୍ରଦର୍ଶନକାରୀ ଏହାର ଜବାବ୍‌ରେ  ପଥରମାଡ଼ ମଧ୍ୟ କରିଥିଲେ। ଆନ୍ଦୋଳନକାରୀ ମସଜିଦ୍ ସ୍ଥଳ ନିକଟରେ ପହଁଞ୍ଚି ଯାଇଥିଲେ। ପୋଲିସ ତାଙ୍କୁ କାବୁ କରିବା ପାଇଁ ପାଣିମାଡ କରିଥିଲା। ପ୍ରଦର୍ଶନକାରୀଙ୍କୁ ଏକାଠି କରିବାରେ ସଞ୍ଜୋଲି ଅଞ୍ଚଳରେ ବିବାଦୀୟ ସ୍ଥିତି ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ସଞ୍ଜୋଲି କ୍ଷେତ୍ରରେ ଆଜି ସକାଳୁ ନେଇ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଧାରା ୧୬୩ ଲଗାଯାଇଛି, କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିନି।

ସଞ୍ଜୋଲିର ମୁଖ୍ୟ ପ୍ରଦେଶ ଦ୍ବାରାକୁ ଚାଲିଚାଲି ଯିବା କିମ୍ବା ବାହନ ଯିବା ଆସିବାକୁ ବନ୍ଦ କରି ଦିଆଯାଇଛି। ପରିବା ମାର୍କେଟ ନିକଟରେ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ନାରାବାଜି କରିଛନ୍ତି। ତାଙ୍କୁ ସଞ୍ଜୋଲି ମସଜିଦ୍‌ ଆଡକୁ ଆହୁରି  ବଢିବାକୁ ରୋକିବା ପାଇଁ ଦୁଇପଟୁ ଯିବା ଆସିବା ବନ୍ଦ କରି ଦିଆଯାଇଛି। ଏହା ସହ ନିଜର ସମର୍ଥକଙ୍କ ସହ ସଞ୍ଜୋଲି ପହଁଞ୍ଚିଥିବା ହିନ୍ଦୁ ଜାଗରଣ ମଞ୍ଚର ପୂର୍ବତନ ମହାମନ୍ତ୍ରୀ କମଳ ଗୌତମଙ୍କୁ ପୋଲିସ କଷ୍ଟଡିରେ ନିଆଯାଇଛି। 

କମଳ ଗୌତମ କହିଛନ୍ତି, ହିନ୍ଦୁ ସମାଜର ଭାବନାକୁ ଧ୍ୟାନରେ ରଖି ତାଙ୍କ ସମର୍ଥନରେ ସଞ୍ଜୋଲି ପହଁଞ୍ଚିଛି। ହିନ୍ଦୁଙ୍କ  ସ୍ବର ଚପାଇବାକୁ ଚେଷ୍ଟା କରାଯାଉଛି। ସିଭିଲ ସୋସାଇଟିର ବ୍ୟାନର ତଳେ କିଛି ଲୋକ ସଞ୍ଜୋଲି ପହଁଞ୍ଚି ନାରାବାଜି କରିବାକୁ ଲାଗିଥିଲେ, କିନ୍ତୁ ପୋଲିସ ତାଙ୍କୁ ବାହାର କରିଦେଇଥିଲା। ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଦଙ୍ଗା ନିୟନ୍ତ୍ରକ ବାହାନକୁ ମଧ୍ୟ ସଞ୍ଜୋଲିରେ ମୁତୟନ କରିଛି। ଜିଲ୍ଲା ପୋଲିସ ରାଜ୍ୟର ସବୁ ୬ଟି ବାଟାଲିଅନ୍‌କୁ ସଞ୍ଜୋଲିରେ ମୁତୟନ କରିଛି। ମସଜିଦ୍ ସ୍ଥଳକୁ ପୁରା ପୁରି ସିଲ୍ କରି ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.