ନୂଆଦିଲ୍ଲୀ,୧୪।୯: କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ଦରଦାମ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ କରିଛନ୍ତି ଏକ ପୋଷ୍ଟ। ତାଙ୍କର ଏହି ପୋଷ୍ଟ ଖୁବ୍ ଭାଇରାଲ ହେଉଛି। ଏଥିରେ ଦରଦାମ୍ ବୃଦ୍ଧିକୁ ନେଇ କଥା ହୋଇଛନ୍ତି ଓ ଏହାକୁ ଏହାରପୋର୍ଟରେ ମିଳୁଥିବା ଚା’ ସହ ଯୋଡିକି ବୁଝାଇଛନ୍ତି। ଚିଦମ୍ବରମ୍ କହିଛନ୍ତି, ତାମିଲନାଡୁ ତୁଳନାରେ ପଶ୍ଚିମବଙ୍ଗରେ ସବୁକିଛି ଖୁବ୍ ମହଙ୍ଗା।
ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଏୟାରପୋର୍ଟରେ ମିଳୁଥିବା ଚା’ର ଦାମ୍କୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ଏକ ପୋଷ୍ଟ କରିଛନ୍ତି ଓ କହିଛନ୍ତି କିଭଳି ତାମିଲନାଡୁ ତୁଳନାରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଦରଦାମ୍ ବୃଦ୍ଧି ଖୁବ୍ ଅଧିକ। ସେ ନିଜ ପୋଷ୍ଟରେ ଲେଖିଛନ୍ତି, କୋଲକାତା ଏୟାରପୋର୍ଟରେ ଗରମ ପାର୍ଟି ଓ ଟି ବ୍ୟାଗ୍ ଥିବା ଏକ ସିମ୍ପଲ ଚା’ ପାଇଁ ତାଙ୍କୁଠାରୁ ୩୪୦ ଟଙ୍କା ନିଆଗଲା। ସେ କହିଛନ୍ତି, ଏୟାରପୋର୍ଟ ସ୍ଥିତ ‘ଦ କଫି ବିନ୍ ଆଣ୍ଡ ଟି ଲିଫ୍’ ନାମକ ରେଷ୍ଟୁରାଣ୍ଟରୁ ସେ ଚା’ ପିଇଥିଲେ।
ଚିଦମ୍ବରମ୍ କୋଲକାତା ଏୟାରପୋର୍ଟରେ ଚା’ର ଏହି ଦାମ୍ ଦେଖି ତାମିଲନାଡୁର ଚେନ୍ନାଇ ଏୟାରପୋର୍ଟ ଚା’ର ପୁରୁଣା ଅନୁଭବକୁ ମନେପକାଇଛନ୍ତି। ସେ ଲେଖିଛନ୍ତି, ଚେନ୍ନାଇ ଏୟାରପୋର୍ଟରେ କିଛି ବର୍ଷ ପୂର୍ବରୁ ଏଭଳି ଚା’ ପାଇଁ ୮୦ ଟଙ୍କା ନିଆଯାଉଥିଲା। ନିହାତି ଭାବରେ ପଶ୍ଚିମବଙ୍ଗରେ ଦରଦାମ୍ ବୃଦ୍ଧି ତାମିଲନାଡୁଠାରୁ ଖୁବ୍ ଅଧିକ। ଉଲ୍ଲେଖନୀୟ ଯେ, ଚିଦମ୍ବରମ୍ କଂଗ୍ରେସର ବରିଷ୍ଠ ନେତା ଓ ବର୍ତ୍ତମାନ ରାଜ୍ୟସଭାରେ ତାମିଲନାଡୁର ପ୍ରତିନିଧିତ୍ବ କରୁଛନ୍ତି।