ଭୁବନେଶ୍ଵର, ୩୦।୦୩ : କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ଵାଳ। ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ। ୨୦୧୪ ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ। ତେବେ ଚିରଞ୍ଜୀବଙ୍କ ରାଜନୈତିକ ଗତିବିଧିକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ସେ ଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଜେଡି ବିଧାୟକ ଟିକେଟକୁ ନେଇ ଛକାପଞ୍ଝା ସାଂଘାତିକ ସ୍ଥିତିରେ ଉପନୀତ ହୋଇଛି । ଏଠାରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ପରସ୍ପର ସହ ମୁହାଁମୁହିଁ ହୋଇ କେହି କାହା ରାସ୍ତା ଛାଡ଼ିବାକୁ ରାଜି ନାହାନ୍ତି । ତଥାପି ଚିରଞ୍ଜୀବ ବିଜେଡି ଶିବିରରେ ପାଦ ରଖିବେ ବୋଲି ବେଶ ଚର୍ଚ୍ଚା ଚଳାଇଛନ୍ତି ତାଙ୍କର କିଛି ସମର୍ଥକ । ଏସବୁ କାରଣ ପାଇଁ ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେଡି ଟିକଟ ଗଣିତ ଏବେ ବି ଝୁଲି ରହିଛି। ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାର ୪ ବିଧାନସଭା ଆସନରେ ବିଜେଡି ଟିକଟ କାହାକୁ ମିଳିବ ତାହାକୁ ସମସ୍ତଙ୍କ ଅପେକ୍ଷା ।