ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବି ସୁପ୍ରିମକୋର୍ଟଙ୍କ ଉପରେ ନୁହଁନ୍ତି, କାହିଁକି ଏମିତି କହିଲେ CJI ଚନ୍ଦ୍ରଚୂଡ ?

ନୂଆଦିଲ୍ଲୀ: ଡିଏମ୍‌କେ ନେତା କେ ପୋନ୍ମୁଡିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନଥିବାକୁ ନେଇ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କୁ ତାଗିଦ୍ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳ ସୁପ୍ରିମକୋର୍ଟଙ୍କୁ ବେଖାତିର୍ କରୁଛନ୍ତି । 

ଏହି ମାମଲାର ଶୁଣାଣି ସମୟରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଯଦି ରାଜ୍ୟପାଳ ସମ୍ବିଧାନ ପାଳନ କରୁନାହାଁନ୍ତି, ତେବେ ସରକାର କଣ କରୁଛନ୍ତି ? ବାସ୍ତବରେ, ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ରାଜ୍ୟପାଳ ପୋନମୁଡିଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ମନା କରିଦେଇଥିଲେ । ସୂଚନାଥାଉକି, ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୋନମୁଡିଙ୍କ ଦୋଷୀ ସାବ୍ୟସ୍ତ ଏବଂ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । 

ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ, ରାଜ୍ୟପାଳ ଆର.ଏନ୍ ରବି କିପରି କହିପାରିବେ ଯେ ପୋନମୁଡିଙ୍କ ପୁନଃ ନିଯୁକ୍ତି ସାମ୍ବିଧାନିକ ନୈତିକତା ବିରୁଦ୍ଧରେ ହେବ । ଆମେ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବାକୁ ଆରଏନ ରବିଙ୍କୁ ନିର୍ଦ୍ଦେଶ ଦେଉଛୁ। ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ୍ ଆର ଭେଙ୍କଟରମଣିଙ୍କୁ କହିଛନ୍ତି, “ଆଟର୍ଣ୍ଣି ଜେନେରାଲ୍, ରାଜ୍ୟପାଳ ଆର.ଏନ୍ ରବିଙ୍କ ଆଚରଣକୁ ନେଇ ଆମେ ଗଭୀର ଚିନ୍ତିତ । ତାଙ୍କୁ ପରାମର୍ଶ ଦେଇଥିବା ଲୋକମାନେ ତାଙ୍କୁ ସଠିକ୍ ପରାମର୍ଶ ଦେଇନାହାଁନ୍ତି ।

ଏହା ସାମ୍ବିଧାନିକ ନୈତିକତା ବିରୁଦ୍ଧରେ ହେବ ବୋଲି ରାଜ୍ୟପାଳ ଆର.ଏନ୍ ରବି ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୋଡିଙ୍କୁ ରାଜ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ମନା କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ମନ୍ତ୍ରୀ ପରିଷଦର ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆରଏନ ରବିଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.