ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କମେଡ଼ିଆନ ଶ୍ୟାମ ରଙ୍ଗୀଲାଙ୍କ ନାମାଙ୍କନପତ୍ର ଖାରଜ, ବାରଣାସୀରୁ ଲଢିପାରିବେନି ନିର୍ବାଚନ

ଲକ୍ଷ୍ନୌ,୧୫/୫ : କମେଡ଼ିଆନ ଶ୍ୟାମ ରଙ୍ଗୀଲାଙ୍କ ବାରଣାସୀ ଲୋକସଭା ସିଟରେ ନାମାଙ୍କନପତ୍ର ଖାରଜ ହୋଇଯାଇଛି । ସେ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଥିଲେ । କୁହାଯାଉଛି କି ଶପଥପତ୍ର ନ ଦେବା କାରଣରୁ ଶ୍ୟା ରଙ୍ଗୀଲାଙ୍କ ନାମାଙ୍କନପତ୍ର ଖାରଜ ହୋଇଯାଇଛି । ଶେ‌ଷ ସପ୍ତମ ଚରଣରେ ହେବାକୁ ଥିବା ମତଦାନ ଲାଗି ନାମାଙ୍କନପତ୍ର ଦାଖଲ କରିବାର ୧୪ମଇରେ ଶେଷ ତାରିଖ ଥିଲା । 

ଶ୍ୟାମ ରଙ୍ଗୀଲା ମଙ୍ଗଳବାର ସକାଳେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଏକ ଭିଡ଼ିଓ ସେୟାର କରି କହିଥିଲେ କି ମୋ ପାଖରେ ନିର୍ବାଚନରେ ନାମାଙ୍କନ କରିବାର ନିୟମ ଅନୁସାରେ ସବୁ ତଥ୍ୟ ଅଛି, କିନ୍ତୁ ମୋର ନାମାଙ୍କନ ନେଉ ନାହାନ୍ତି । ସେ କହିଥିଲେ କି, ‘ରିଜେକ୍ଟ କରିଦିଅନ୍ତୁ, ନାମାଙ୍କନ ରଦ୍ଦ କରିଦିଅ । ତାହା ଭିନ୍ନ ଅଟେ, ପ୍ରଥମେ ତାହାକୁ ଫାଇଲ କୁ ତ ନିଅନ୍ତୁ । ’ ଏହା ଆଗକୁ ସେ ଏହି ଭିଡ଼ିଓରେ ପୋଲିସ କର୍ମୀଙ୍କ ସହ କଥା ହେଉଥିବା ନଜର ଆସୁଛନ୍ତି । ବାରଣାସୀ ଲୋକସଭା ସିଟରୁ ଚଳିତ ଥର କେତେକ ନିର୍ଦ୍ଦଳୀୟ ପ୍ରାର୍ଥୀ ମୈଦାନରେ ଅଛନ୍ତି । ନାମାଙ୍କନର ଶେଷ ଦିନ ବିଜେପି ପ୍ରାର୍ଥୀ ପିଏମ୍ ମୋଦୀଙ୍କ ବ୍ୟତୀତ ଲୋକ ପାର୍ଟିର ବିନୟ କୁମାର ତ୍ରିପାଠୀ, ଭାଜପାର ସୁରେନ୍ଦ୍ର ନାରାୟଣ ସିଂହ, ନିର୍ଦ୍ଦଳୀୟ ପ୍ରାର୍ଥୀ ଦିନେଶ କୁମାର ଯାଦବ, ରୀନା ରାୟ, ନେହା ଜୟସଓ୍ବାଲ, ଅଜୀତ କୁମାର ଜୟସଓ୍ବାଲ, ଅଶୋକ କୁମାର ପାଣ୍ଡେ-ନିର୍ଦଳ, ସଂଦୀପ ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି ।

ତାଙ୍କ ବ୍ୟତୀତ ଅଖୀଳ ଭାରତୀୟ ପରିବାର ପାର୍ଟିର ହରପ୍ରୀତ ସିଂହ, ନିର୍ଦଳୀୟ ପ୍ରାର୍ଥୀ ନରସିଂହ, ମୌଳିକ ଅଧିକାର ପାର୍ଟିର ସନ୍ତୋଷ କୁମାର ଶର୍ମା, ମାନବୀୟ ଭାରତ ପାର୍ଟିର ହେମନ୍ତ କୁମାର ଯାଦବ, ରାଷ୍ଟ୍ର ଉଦୟ ପାର୍ଟିର ସୁରେଶ ପାଳ, ନିର୍ଦଳୀୟ ପ୍ରାର୍ଥୀ ରାମକୁମାର ଜାୟସଓ୍ବାଲ, ଗାଂଧିୟନ ପିପୁଲ୍ସ ପାର୍ଟିର ୟଶଓ୍ବନ୍ତ କୁମାର ଗୁପ୍ତା, ନିତ୍ୟାନନ୍ଦ ପାଣ୍ଡେ, ଅମିତ କୁମାର, ଜନହିତ କିସାନ ପାର୍ଟିର ବିଜୟ ନନ୍ଦନ, ଇଣ୍ଡିଆନ ନେଶନାଲ ସମାଜ ପାର୍ଟିର ସୁନୀଲ କୁମାର, ନିର୍ଦଳୀୟ ପ୍ରାର୍ଥୀ ଶ୍ୟାମ ସୁନ୍ଦର ଓରଫ ଶ୍ୟାମ ରଙ୍ଗୀଲା, ତୁଷା ମିତଲ, ବିକ୍ରମ କୁମାର ବର୍ମା, ପିସ ପାର୍ଟିର ପରବେଜ କାଦିର ଖାନ, ନିର୍ଦଳୀୟ ଯୋଗେଶ କୁମାର ଶର୍ମା, ବଞ୍ଚିତ ଇସାଫ ପାର୍ଟିର ବେଦପାଲ ଶାସ୍ତ୍ରୀ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ସୁରେନ୍ଦ୍ର ରେଡ୍ଡୀ ସମେତ ପ୍ରାୟ ୨୭ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ବାରଣାସୀ ସିଟରୁ ନାମାଙ୍କନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୪୧ଜଣ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.