ଭୁବନେଶ୍ବର, ୩୦ ।୪ କାକଟପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ବ ଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁରରୁ ପ୍ରାର୍ଥୀ କରିଛି। କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ବିଶ୍ବଭୂଷଣ। ତେବେ ବିଶ୍ବଭୂଷଣଙ୍କୁ ବିଜେପି ପ୍ରାର୍ଥୀ କରି ନ ଥିଲା। ସେଠାରେ ବିଜେପି ବାଇଧର ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ଏହା ପରେ ବିଶ୍ବଭୂଷଣ ପୁଣି କଂଗ୍ରେସକୁ ଫେରି ଆସିଥିଲେ। ସେହିପରି ବିଜେଡିରୁ ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରାର୍ଥୀ ହୋଇଛନ୍ତି।
୨୦୦୯ ଓ ୨୦୧୯ରେ କାକଟପୁର ଆସନରୁ କଂଗ୍ରେସ ଟିକେଟରେ ବିଶ୍ବଭୂଷଣ ନିର୍ବାଚନ ଲଢିଥିଲେ । ୨୦୧୯ରେ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେ ପୂର୍ବରୁ ପିସିସି ସମ୍ପାଦକ ଓ ପିସିସି ଉପସଭାପତି ମଧ୍ୟ ଥିଲେ।