ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାମିଲନାଡୁ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା, ପିଏମ ମୋଦୀ କହିଲେ ଦେଶର ପ୍ରଗତିକୁ ସହ୍ୟ କରିପାରୁନି DMK

ନୂଆଦିଲ୍ଲୀ: ତାମିଲନାଡୁର ଦ୍ରାବିଡ ମୁନ୍ନେତ୍ର କାଜଗାମ (ଡିଏମକେ) ସରକାରଙ୍କ ବିଜ୍ଞାପନରେ ଚୀନ୍‌ର ପତାକା । ଏହାକୁ ନେଇ ଏବେ ରାଜନୀତି ତୀବ୍ର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି (ବୁଧବାର) କୁଲାସେଖରାପଟ୍ଟିନମରେ ISRO ର ନୂତନ ଲଞ୍ଚ କମ୍ପ୍ଲେକ୍ସର ମୂଳଦୁଆ ପକାଇଛନ୍ତି। ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟର ଡିଏମକେ ସରକାରଙ୍କ ପଶୁପାଳନ ମନ୍ତ୍ରୀ ଅନୀତା ରାଧାକୃଷ୍ଣନ ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛନ୍ତି । ବିଜ୍ଞାପନରେ ଚୀନ୍‌ର ପତାକା ରକେଟ ଉପରେ ରଖାଯାଇଛି । ଏ ସମ୍ପର୍କରେ ପିଏମ ମୋଦୀ ଡିଏମକେକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଏମକେ ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହିଁ । ତେବେ ବରିଷ୍ଠ ଡିଏମକେ ନେତା କାନିମୋଜି ବିଜ୍ଞାପନରେ ଚାଇନାର ପତାକା ବ୍ୟବହାରକୁ ଏକ ଭୁଲ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତିରୁନେଲଭେଲିରେ ଅନୁଷ୍ଠିତ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, "ଡିଏମକେ ସରକାର ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହାଁନ୍ତି । ସେମାନେ ISRO ଲଞ୍ଚ ପ୍ୟାଡ ପାଇଁ ଶ୍ରେୟ ନେବାକୁ ଖବରକାଗଜ ବିଜ୍ଞାପନରେ ଚୀନ୍ ଷ୍ଟିକର ଲଗାଉଛନ୍ତି ।" ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ମହାକାଶ କ୍ଷେତ୍ରରେ ଭାରତର ପ୍ରଗତିକୁ ଗ୍ରହଣ କରିବାକୁ ଡିଏମକେ ପ୍ରସ୍ତୁତ ନୁହେଁ। ସେମାନେ ବିଜ୍ଞାପନ ଦିଅନ୍ତି ହେଲେ ଭାରତର ମହାକାଶ ଫଟୋ ମଧ୍ୟ ଅନ୍ତର୍ଭୂକ୍ତ କରନ୍ତି ନାହିଁ । ସେ ଭାରତର ମହାକାଶ ସଫଳତାକୁ ସାମ୍ନାରେ ରଖିବାକୁ ଚାହୁଁନାହାନ୍ତି । 

ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଡିଏମକେ ଖବରକାଗଜରେ ପ୍ରକାଶିତ ବିଜ୍ଞାପନର କଟିକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି- "ଚୀନ୍ ପ୍ରତି ଡିଏମକେ ସରକାରଙ୍କ ପ୍ରେମ କମି ନାହିଁ । ଏହି ଲୋକମାନେ ଆମ ଦେଶର ସାର୍ବଭୌମତ୍ୱକୁ ଅଣଦେଖା କରିଛନ୍ତି । ଆଜିର ବିଜ୍ଞାପନ ଏହାର ଏକ ଉଦାହରଣ।"

ସୂଚନାଥାଉକି, ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ  କୁଲାସେଖରପାଟ୍ଟିନମରେ ISRO ର ନୂତନ ଲଞ୍ଚ କମ୍ପ୍ଲେକ୍ସର ମୂଳଦୁଆ ପକାଇଛନ୍ତି। ୯୮୬କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ । ପ୍ରତିବର୍ଷ ଏଠାରୁ ୨୪ ଟି ଉତକ୍ଷେପଣ କରାଯିବ । ଏହି କମ୍ପ୍ଲେକ୍ସରେ ୩୫ ଟି ସୁବିଧା ଏବଂ ଏକ ମୋବାଇଲ୍ ଲଞ୍ଚ ଷ୍ଟ୍ରକଚର ସାମିଲ ରହିଛି । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.