ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲୁଟିବାକୁ ଆସି ବିଚ୍ ରାସ୍ତାରେ ହାଣି ଦେଇ ଚାଲିଗଲେ, ଶିକ୍ଷକ ଦମ୍ପତି ଗୁରୁତର

ଖୁଣ୍ଟା ,୧୨।୦୨ : ଛିନତାଇ କରି ଲୁଟ କରିବାକୁ ଆସିଥିଲେ । ହେଲେ ଲୁଟ୍ ଉଦ୍ୟମ କରି ବିଫଳ ହେବା ପରେ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ହାଣିଲେ ଦୁବୃର୍ତ୍ତ । ଖୁଣ୍ଟା ଥାନା କଟରାଶୋଳ ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଲୁଟ କରିବାକୁ ଆସିଥିବା ଦୁବୁର୍ତ ମାନେ ବିଚ୍ ରାସ୍ତାରେ ଦମ୍ପତିଙ୍କୁ ହାଣିଛନ୍ତି । 

ଖୁଣ୍ଟା ଥାନା ଗଡିଗାଁ ଗ୍ରାମର ଶିକ୍ଷକ ଦୁଲାରାମ ହାଁସଦା ତାଙ୍କ ସ୍ତ୍ରୀ ମାଣିକେଶ୍ୱରୀ ମାରାଣ୍ଡିଙ୍କୁ ସାଙ୍ଗରେ ନେଇ ବିଦ୍ୟାଳୟ ଛାଡିବାକୁ ଯାଉଥିଲେ । ଏହି ସମୟରେ ହଠାତ୍ କଟରାଶୋଳ ଛକ ନିକଟରେ ଏକ କଳା ପଲସର ଗାଡିରେ ତିନି ଜଣ ଯୁବକ ଆସି ପଛ ପାଖରୁ ମାଣିକେଶ୍ୱରୀଙ୍କ ବ୍ୟାଗ ଲୁଟ କରିବାକୁ ଚେଷ୍ଟା କରିଥିଲେ । ଦୁର୍ବୃତ୍ତମାନେ ମାଣିକେଶ୍ୱରୀଙ୍କ ବ୍ୟାଗ ଲୁଟିବାକୁ ଉଦ୍ୟମ କରିଥିବା ବେଳେ ସେଥିରେ ବିଫଳ ହେବା ପରେ ବାଇକ ଅଟକାଇଥିଲେ । ବାଇକ୍‌ରୁ ଶିକ୍ଷକ ଦୁଲାରାମ ଏବଂ ତାଙ୍କ ସ୍ତ୍ରୀ ମାଣିକେଶ୍ୱରୀ ଓହ୍ଲାଇବା ପରେ ଦୁବୃର୍ତ୍ତମାନେ ଏକ ଭୁଜାଲିରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ରାସ୍ତା ମଝିରେ ହାଣିଥିଲେ । ଦୁଲାରାମଙ୍କ ମୁହଁ ଏବଂ ବେକକୁ ହାଣିବା ସହିତ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ। ଦୁଲାରାମଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ରାସ୍ତା ମଝିରେ ହାଣିଥିଲେ । ପରେ ଦୁବୃର୍ତ୍ତମାନେ ସେଠାରୁ ଚାଲିଯାଇଥିବା ବେଳେ ଆକ୍ରମଣରେ ଉଭୟ ସ୍ୱାମୀ  ଏବଂ ସ୍ତ୍ରୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ଖୁଣ୍ଟା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.