ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଚାହୁଁଛନ୍ତି ଷ୍ଟିଫେନ ଫ୍ଲେମିଂ ?

ନୂଆଦିଲ୍ଲୀ,୨୩/୫ : ଭାରତୀୟ କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ରକାଶ ଯେ, ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ନାହିଁ । ଏହାକୁ ନେଇ ବିସିସିଆଇ ନୂଆ ମୁଖ୍ୟ କୋଚ୍ ଖୋଜିବାରେ ଲାଗିଛି । ଏଥିଲାଗି ବିସିସିଆଇ ବିଜ୍ଞାପନ ଜାରି କରିସାରିଛି । ଯଦି ଆମେ ଦେଖିବା ମୁଖ୍ୟ କୋଚ ରେସରେ ଗୌତମ ଗମ୍ଭୀରଙ୍କ ନାଁ ବି ସାମିଲ ଅଛି । କିନ୍ତୁ ବିସିସିଆଇର ଆଖି ଟିକେ ବିଦେଶୀ କୋଚ୍ ଉପରେ ବି ଅଛି । ବିଦେଶୀ କୋଚ୍ ଭାବେ ଷ୍ଟିଫେନ ଫ୍ଲେମିଂଙ୍କ ନାଁ ବି ନିଆଯାଉଛି । ଯିଏ ଏବେ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍ ଅଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ୟୁଟ୍ୟୁବ ଚ୍ୟାନେଲରେ ଦିଆଯାଇଥିବା ଏକ ସାକ୍ଷାତକାରରେ ସିଇଓ କାସୀ ବିଶ୍ବନାଥନ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ସେ ଏହି ସାକ୍ଷାତକାରରେ କହିଛନ୍ତି କି, ମୋତେ ବାସ୍ତବରେ ଭାରତୀୟ ଗଣମାଧ୍ୟମରୁ ବହୁତ ଫୋନ ଆସିଥିଲା । ଯେଉଁମାନେ ପଚାରିଥିଲେ କି କ’ଣ ଷ୍ଟିଫେନ ଭାରତୀୟ ଟିମ୍ ସହ କୋଚ୍ ହେବା ଲାଗି ରୁଚି ରଖୁଛନ୍ତି । ତ ମୁଁ ମଜାକରେ ଷ୍ଟିଫେନଙ୍କୁ ପଚାରିଥିଲି କ’ଣ ଆପଣ ଭାରତୀୟ କୋଚିଂ ଆସାଇନମେଣ୍ଟ ଲାଗି ଆବେଦନ କରିଛନ୍ତି ? ଷ୍ଟିଫେନ କେବଳ ହସି କି କହିଥିଲେ କ’ଣ ଆପଣ ଚାହୁଁଛନ୍ତି କି ମୁଁ କରେ ? ମୋତେ ଜଣା ଅଛି କି ତାହା ତାଙ୍କର ପସନ୍ଦ ହେବ ନାହିଁ କାରଣ ତାଙ୍କୁ ବର୍ଷରେ ୯ରୁ ୧୦ମାସ ବ୍ୟସ୍ତ ରହିବାକୁ ପସନ୍ଦ ନୁହେଁ । ଏହା ମୋର ଭାବନା ଅଟେ । ମୁଁ ତାଙ୍କ ସହ ଅଧିକ ଚର୍ଚ୍ଚା କରି ନାହିଁ ।  

ଷ୍ଟିଫେନ ଫ୍ଲେମିଂ, ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଲାଗି ଏକ ସଫଳ କୋଚ୍ ଅଟନ୍ତି । ୨୦୦୯ରୁ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ କରୁଥିବା ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବିଶ୍ବ ସାରା ବିଭିନ୍ନ ଫ୍ରାଞ୍ଚାଇଜ ଟିମକୁ ଟି୨୦ ଲିଗରେ କୋଚିଂ ଦେବାର ନିଜ ଛୋଟ କାର୍ଯ୍ୟକାଳରେ ସେ ଖୁସି ଅଛନ୍ତି । ଫ୍ଲେମିଂ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍ ହେବା ବ୍ୟତୀତ ମେଜର ଲିଗ କ୍ରିକେଟ (ୟୁଏସଏ)ରେ ଟେକ୍ସାସ ସୁପର କିଙ୍ଗ୍ସ, ଏସଏ ୨୦(ଦକ୍ଷିଣ ଆଫ୍ରିକା)ରେ ଜବର୍ଗ ସୁପର କିଙ୍ଗ୍ସ ଏବଂ ଦ ହଣ୍ଡେ୍ରଡରେ ସଦର୍ନ ବ୍ରେବଙ୍କୁ ବି କୋଚିଂ ଦେଇଥାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.