ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ED, ଆପ୍ କହିଲା ‘ମୁଖ୍ୟମନ୍ତ୍ରୀ ପଦରୁ ଦେବେନି ଇସ୍ତଫା’

ନୂଆଦିଲ୍ଲୀ, ୨୧/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ସନ୍ଧ୍ୟାରେ ବାସଭବନରେ ଇଡି ଟିମ୍ ଚଢ଼ାଉ ପରେ କେଜ୍ରିୱାଲଙ୍କୁ ଜେରା କରୁଥିଲା । ଜେରା ପରେ ଅରିବନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ED, ଚଢ଼ାଉ କରୁଛି ୧୨ ଜଣିଆ ଟିମ୍

ପ୍ରଥମେ ହାଇକୋର୍ଟ ଗିରଫଦାରୀ ଉପରେ ରୋକ୍ ଲଗାଇ ନଥିବା ବେଳେ ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ଇଡି ରେଡ୍ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ପରେ ଗିରଫ ଆଶଙ୍କାରେ ଆପ୍ ସୁପ୍ରିମକୋର୍ଟଙ୍କ ହୋଇ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲା । ଆପର ଆବେଦନ ଭିତରେ ଇଡି, କେଜ୍ରିୱାଲଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ସୁପ୍ରିମକୋର୍ଟରେ କେଜ୍ରିୱାଲ୍ ତତ୍କାଳ ଶୁଣାଣି ପାଇଁ ଆବେଦନ କରିଥିଲେ । ତେବେ ରାତିରେ ଶୁଣାଣି ହେବ ନାହିଁ ବୋଲି ଜଣାପଡ଼ିଛି । ତେଣୁ ଶୁକ୍ରବାର ଆପ୍ ପୁଣି ଥରେ ସୁପ୍ରିମକୋର୍ଟରେ ଆବେଦନ କରିବ । ଇଡିର ଚଢ଼ାଉ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାୟ ୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରାଯାଇଛି ।

କେଜ୍ରିୱାଲଙ୍କ ବାସଭବନ ବାହାରେ ଦିଲ୍ଲୀ ପୋଲସ ସହ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ସୂତ୍ର ଅନୁସାରେ, ଇଡି ଟିମ୍ ଇଲୋକ୍ଟ୍ରୋନିକ୍ସ ଡିଭାଇସରୁ ଡାଟା କପି କରିଛି । କେ. କବିତାଙ୍କ ସହ ଜଡ଼ିତ ପ୍ରଶ୍ନ ମଧ୍ୟ କେଜ୍ରିୱାଲଙ୍କୁ ପଚାରିଛି ଇଡି । ଇଡି କାର୍ଯ୍ୟାଳୟର ରାସ୍ତାରେ ବିପୁଳ ପୋଲିସ ଓ ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି ।

ଖବର ଅପଡେଟ୍ ଜାରି ରହିଛି....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.