ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀ ବେଳାଭୂମିରୁ ନିଶାଶକ୍ତ ବିଦେଶୀ ପର୍ଯ୍ୟଟକ ଉଦ୍ଧାର

ପୁରୀ, ୩୦/୦୩ : ପୁରୀ ସ୍ଵର୍ଗଦ୍ଵାର ବେଳାଭୂମିରୁ ନିଶାଶକ୍ତ ବିଦେଶୀ ପର୍ଯ୍ୟଟକ ଉଦ୍ଧାର। ପର୍ଯ୍ୟଟକ ଜଣଙ୍କ ନିଶାରେ ଚୁର୍ ହୋଇ ମାତାଲ ଅବସ୍ଥାରେ ବୁଲୁଥିବା ବେଳେ ତାଙ୍କୁ ସମୁଦ୍ରକୂଳ ଥାନା ପୋଲିସ ଉଦ୍ଧାର କରିଛି। ଉଦ୍ଧାର ପର୍ଯ୍ୟଟକ ଜଣଙ୍କ ବ୍ରିଟିଶ ନାଗରିକ କ୍ରେଜ୍ ସେଲଡନ ବୋଲି ଜଣାପଡ଼ିଛି। 

ଶନିବାର ସକାଳେ ବିଦେଶୀ ନାଗରିକ କ୍ରେଜ୍ ସେଲଡନ୍ ନିଶାଗ୍ରସ୍ତ ଅବସ୍ଥାରେ ସ୍ଵର୍ଗଦ୍ଵାର ନିକଟରେ ବସିଥିବା ବେଳେ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେଠାରେ ତାଙ୍କୁ ପଚରାଉଚରା କରିବା ସହ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଥାନା ଅଧିକାରୀ ପଚାରି ବୁଝିଥିଲେ। 

ପୋଲିସର ସୂଚନା ଅନୁଯାୟୀ, କ୍ରେଜ୍ ସେଲଡନ୍ ଗତ କିଛିଦିନ ତଳେ ପୁରୀ ଆସି ବଳିଆପଣ୍ଡା ସ୍ଥିତ ଏକ ଘରୋଇ ଆଶ୍ରମରେ ରହୁଥିଲେ। ତେବେ ଆଜି ସକାଳୁ ସେ ନିଶା ସେବନ କରି ସ୍ଵର୍ଗଦ୍ଵାର ନିକଟରେ ବସିଥିଲେ। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାପରେ ସମୁଦ୍ର କୂଳ ଥାନା ପୋଲିସ ସେଠାରେ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ବିଦେଶୀ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବାବେଳେ ଆଶ୍ରମର ମୁଖ୍ୟ ତାଙ୍କୁ ଆଶ୍ରମକୁ ନେଇଥିବା ଜଣାପଡ଼ିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.