ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଦୁଲୀପ ଟ୍ରଫି ୨୦୨୪: ୬୦ ଖେଳାଳିଙ୍କ ମଧ୍ୟରେ ନାହାନ୍ତି ଓଡ଼ିଆ, ରାଜ୍ୟ ଛାଡ଼ିଛନ୍ତି ଶୁଭ୍ରାଂଶୁ...

ଭୁବନେଶ୍ୱର,୦୫/୦୮: ଗୁରୁବାର ଠାରୁ ବେଙ୍ଗାଲୁରୁ ଓ ଅନନ୍ତପୁରରେ ଘରୋଇ ଦୁଲୀପ ଟ୍ରଫି  ଆରମ୍ଭ ହେବ । ବିସିସିଆଇର ଏହା ଏକ ମର୍ଯ୍ୟାଦାଜନକ  ଏବଂ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ୪ଟି ଦଳରେ (ଇଣ୍ଡିଆ  ଏ,ବି,ସି ଓ ଡି) ରହିଛନ୍ତି ୬୦ ଜଣ ଖେଳାଳି । ଦେଶର ପ୍ରମୁଖ ତାରକା ଖେଳାଳିଙ୍କ ସହ ଘରୋଇ ରଣଜୀ  ଟ୍ରଫି ଓ ଆଇପିଏଲରେ ଶ୍ରେଷ୍ଠ ପ୍ରଦର୍ଶନ କରି ଚର୍ଚ୍ଚାରେ  ରହିଥିବା ଖେଳାଳିଙ୍କୁ ଏଥିରେ ଦେଖିବାକୁ ମିଳିବ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ହେଲେ ବି ଓଡ଼ିଆ  ଖେଳାଳିଙ୍କୁ ସୁଯୋଗ ମିଳି ନାହିଁ । ଏହାର କାରଣ  କ’ଣ ତାହା କାହାକୁ ଅଛପା ନାହିଁ । ରଣଜୀ ଟ୍ରଫି ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ଭଲ ନରହିବାରୁ ଓଡ଼ିଆ ଖେଳାଳିଙ୍କୁ ଦୁଲିପ ଟ୍ରଫି ଖେଳିବାର ସୁଯୋଗ ମିଳି ନାହିଁ । 

ଗତ ରଣଜୀ ଟ୍ରଫି ସିଜନ ଉପରେ ଯଦି ନଜର  ପକାଇବା ଓଡ଼ିଶାର କୌଣସି ବ୍ୟାଟର ଓ ବୋଲର  ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ନଥିଲେ । ଶୁଭ୍ରାଂଶୁ  ସେନାପତି ୭ଟି ମ୍ୟାଚ୍‌ରୁ ୫୩୫ ରନ୍‌ କରି ଶ୍ରେଷ୍ଠ  ବ୍ୟାଟର ତାଲିକାରେ ୨୩ତମ ସ୍ଥାନରେ ରହିଥିଲେ ।  ସିଜନରେ ୨ଟି ଶତକ ସେ ହାସଲ କରିଥିଲେ ।  ସେଥିରେ ଗୋଟିଏ ଦ୍ୱିଶତକୀୟ ଇନିଂସ (୨୭୭)  ଥିଲା । ବ୍ୟାଟିଂ ଆଭରେଜ ୪୧.୧୫ ରହିଥିଲା । ବୋଲିଂରେ ରାଜେଶ ମହାନ୍ତି ୬ଟି ମ୍ୟାଚ୍‌ ଖେଳି ୩୧ଟି  ୱିକେଟ୍‌ ନେଇଥିଲେ । 

ଇନିଂସରେ ଶ୍ରେଷ୍ଠ ବୋଲିଂ  ୫/୩୩ ଏବଂ ଇକୋନୋମି ୩.୦୯ ଥିଲା । ଯୁବ  ୱିକେଟ୍‌କିପର ବ୍ୟାଟର ଆଶୀର୍ବାଦ ସ୍ୱାଇଁଙ୍କୁ ପଦାର୍ପଣ ସୁଯୋଗ ମିଳିଥିଲା । କିନ୍ତୁ ସେ ସେମିତି ଚମକପ୍ରଦର୍ଶନ  ପ୍ରଦର୍ଶନ କରିପାରି ନଥିଲେ । ସନ୍ଦୀପ ପଟ୍ଟନାୟକ  ୭ଟି ମ୍ୟାଚ୍‌ରୁ ୨ଟି ଶତକ ହାସଲ କରି ୪୪୦  ରନ୍‌ କରିଥିଲେ । ଅନ୍ୟମାନଙ୍କ ପ୍ରଦର୍ଶନ ସେମିତି  ଆଖି ଦୃଶିଆ ନଥିଲା । ସିଜନରେ ୭ଟି ମ୍ୟାଚ୍‌ ଖେଳି  ଓଡ଼ିଶା କେବଳ ଗୋଟିଏ ମ୍ୟାଚ୍‌ ଜିତିବାରେ ସଫଳ  ହୋଇଥିଲା । ହିମାଚଳ ବିପକ୍ଷରେ ଏହି ମ୍ୟାଚ୍‌  ଜିତିଥିଲା । ସେହିପରି ମଧ୍ୟପ୍ରଦେଶ ଓ ପୁଡୁଚେରୀ  ବିପକ୍ଷରେ ମ୍ୟାଚ୍‌ ଡ୍ର’ ରଖି ପଏଣ୍ଟ ଭାଗ କରିଥିଲା ।  ଗ୍ରୁପ୍‌ ଡି’ରେ ଦଳ ୧୨ ପଏଣ୍ଟ ପାଇ ସପ୍ତମ ସ୍ଥାନରେ  ରହିଥିଲା । ଏଭଳି ଭାବରେ ଗତ ସିଜନରେ ଓଡ଼ିଶାର  ଅଭିଯାନ ଶେଷ ହୋଇଥିଲା । ଶୁଭ୍ରାଂଶୁଙ୍କ ଗୋଟିଏ  ଇନିଂସକୁ (୨୭୭) ଛାଡ଼ି ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଲା ଭଳି କେହି ଖେଳ ଦେଖାଇ ପାରିନଥିଲେ । 

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)  ପକ୍ଷରୁ ଖେଳାଳିଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ  ଦିଆଯାଉଛି । ଓସିଏ ଏକାଡେମୀରେ ସବୁ ପ୍ରକାର  ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ସେମିତି ପ୍ରତି  ସିଜନରେ ଅଭିଜ୍ଞ କୋଚଙ୍କୁ ନିଯୁକ୍ତ କରାଯାଉଛି ।  ୱାସିମ ଜାଫର, ଦିନେଶ ମୋଙ୍ଗିଆଙ୍କ ପରେ ଏବେ  ସୁରେନ୍ଦ୍ର ଭାବେ କୋଚ ନିଯୁକ୍ତ ହୋଇଛନ୍ତି । ତୃଣମୂଳ  ସ୍ତରରୁ କ୍ରିକେଟ୍‌ର ବିକାଶ ନେଇ ଓସିଏ ପକ୍ଷରୁ ସାରା  ରାଜ୍ୟରେ ୪୧ଟି ଏକାଡେମୀ ପ୍ରତିଷ୍ଠା କରାଯାଇଛି ।  ଘରୋଇ କ୍ରିକେଟର ସବୁ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ।  ତଥାପି କେଉଁଠି ସମସ୍ୟା ରହୁଛି ଯେ ଦଳକୁ ପ୍ରତିଭାବାନ  ଖେଳାଳି ମିଳୁ ନାହାନ୍ତି । ଦୀର୍ଘ ବର୍ଷ ହେଲା ଓଡ଼ିଶା  ଦଳ ରଣଜୀ ଟ୍ରଫିରେ ସେମି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ନେଇ ସଂଘର୍ଷ କରୁଛି । ଦେବାଶିଷ  ମହାନ୍ତି, ଶିବସୁନ୍ଦର ଦାସ ଏବଂ ସଞ୍ଜୟ ରାଉଳଙ୍କ ପରେ  ଓଡ଼ିଶାରୁ ଅନ୍ତର୍ଜାତୀୟ ଖେଳାଳି ବାହାରି ପାରି ନାହାନ୍ତି । 

ଆଇପିଏଲରେ ୨୦୦ରୁ ଊଦ୍ଧ୍ୱର୍ ଖେଳାଳି ସାମିଲ  ହେଉଥିଲେବି ଓଡ଼ିଶାରୁ ଜଣେ ବି ଖେଳାଳି ନାହାନ୍ତି ।  ଯଦିବା ଶୁଭ୍ରାଂଶୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳରେ  ସାମିଲ ଥିଲେ, ଗତ ସିଜନରେ ଦଳ ତାଙ୍କୁ ବାଦ  ଦେଇଥିଲା । ଦୁର୍ବଳ ଫର୍ମ ଯୋଗୁ ନିଲାମୀରେ  ମଧ୍ୟ ତାଙ୍କୁ କେହି କିଣି ନଥିଲେ । ଇତିମଧ୍ୟରେ  ଶୁଭ୍ରାଂଶୁ ଓଡ଼ିଶା ଦଳ ଛାଡ଼ି ସାରିଛନ୍ତି । ଆଗାମୀ  ସିଜନରୁ ସେ ମଧ୍ୟପ୍ରଦେଶରୁ ଖେଳିବେ ।  

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ  ମହାନ୍ତି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ  କହିଛନ୍ତି, ‘ଓଡ଼ିଶାରୁ କାହିଁକି ଅନ୍ତର୍ଜାତୀୟ ଖେଳାଳି  ବାହାରୁ ନାହାନ୍ତି ତାହା ବଡ଼ ବିତର୍କର ବିଷୟ ।  ମୋ ପରେ ବସନ୍ତ ମହାନ୍ତି ଅନ୍ତର୍ଜାତୀୟ ମ୍ୟାଚ୍‌  ଖେଳିବାର ଯୋଗ୍ୟତା ରଖିଥିଲେ। ମାତ୍ର ସେ ସୁଯୋଗ  ପାଇନଥିଲେ । ସେମିତି ଏବେ ଶୁଭ୍ରାଂଶୁଙ୍କ ଠାରେ ମଧ୍ୟ  ସୁଯୋଗ ଥିଲା । ମୁଁ ଯେଉଁ ସମୟରେ ବିସିସିଆଇ  ଚୟନ କମିଟିରେ ଥିଲି, ସେ ସମୟରେ ତାଙ୍କ ପ୍ରଦର୍ଶନ  ଭଲ ରହିନଥିଲା । ଜୁନିୟର ବର୍ଗରେ ରାଜେଶ ମହାନ୍ତିଙ୍କୁ  ଅନ୍ତର୍ଜାତୀୟ ଖେଳିବାର ସୁଯୋଗ ଦେଇଥିଲି । ସେ ବି  ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ ।’ 

ଅର୍ଥାତ ସବୁ ସୁବିଧା ସୁଯୋଗ ଥାଇ କାହିଁକି  ଖେଳାଳି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ଏ ଦିଗରେ  ଓସିଏ ବିଶ୍ଳେଷଣ କରିବା ସହ ଦେବାଶିଷ ଯେଉଁ  ବିତର୍କର କଥା କହୁଛନ୍ତି, ଏହା ଉପରେ ଗୁରୁତ୍ୱ  ଦେବା କଥା । ଓସିଏ ପକ୍ଷରୁ ‘ଭିଜନ-୨୦୨୪’  ନାମରେ କାର୍ଯ୍ୟ ଚାଲିଥିଲା କିନ୍ତୁ ତାହା କେତେ  ଫଳପ୍ରଦ ହେଲା, ତାହା କାହାକୁ ଜଣା ନାହିଁ ।  ଓସିଏର ଘରୋଇ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ କ୍ଲବ ଓ  ଜିଲ୍ଲା ଦଳ ଚୟନରେ ଅନିୟମିତା ଅଭିଯୋଗ ପୂର୍ବରୁ  ରହିଛି । ପ୍ରକୃତରେ ତୃଣମୂଳସ୍ତରରେ ଦଳ ଚୟନ  ଠିକ୍‌ ଭାବରେ ହେଉଛି କି ନାହିଁ, ତା ଉପରେ ଓସିଏ ସତର୍କ ଦୃଷ୍ଟି ଦେବାର ଆବଶ୍ୟକତା ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.